Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରମାକାନ୍ତ ପୁରୋହିତ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ଭୋଳାନାଥ କର୍ମୀ ମୁଖ୍ୟ ଅତିଥି ତଥା ସମାଜ ସେବୀ ରାଜୀବ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସନ୍ଥ ବିବେକାନନ୍ଦଙ୍କ ସ୍ମୃତି ତଥା ତାଙ୍କ ବ୍ରହ୍ମଚର୍ଯ୍ୟ ଜୀବନ ଉପରେ ଆଲୋଚନା କରିଥିଲେ । ଏହି କ୍ରମରେ ସେ ସ୍ବାମୀଙ୍କ ବାଣୀ ଉଦ୍ଧାର କରି କହିଥିଲେ -ଶ୍ରଦ୍ଧାବାନ୍‌ ହୁଅ, ବୀର୍ଯ୍ୟବାନ୍‌ ହୁଅ, ଆତ୍ମଜ୍ଞାନ ଲାଭ କର, ଆଉ ପରହିତରେ ଜୀବନପାତ କର-ଏହା ମୋର ଇଚ୍ଛା ଓ ଆଶୀର୍ବାଦ ।ପିତାମାତାଙ୍କୁ ପ୍ରତ୍ୟକ୍ଷ ଦେବତାରୂପେ ଜାଣି ଗୃହୀ ବ୍ୟକ୍ତି ସର୍ବଦା ସର୍ବ ପ୍ରଯତ୍ନରେ ତାଙ୍କର ସେବା କରିବ । ଯଦି ମାତାପିତା ତୁଷ୍ଟ ରହନ୍ତି, ତେବେ ସେ ବ୍ୟକ୍ତିଙ୍କ ପ୍ରତି ଭଗବାନ୍‌ ମଧ୍ୟ ପ୍ରୀତ ହୁଅନ୍ତି । ମାତା, ପିତା, ପୁତ୍ର, ପତ୍ନୀ, ଭ୍ରାତା ଓ ଅତିଥିଙ୍କୁ ଭୋଜନ ନ କରାଇ ଯେଉଁ ଗୃହୀ ବ୍ୟକ୍ତି ନିଜର ଉଦର ପୂର୍ଣ୍ଣ କରେ, ସେ ପାପ କରେ । ତେଣୁ ସମସ୍ତେ ତାଙ୍କ ବାଣୀକୁ ମର୍ମେ ମର୍ମେ ଅନୁଭବ କରିବାରୁ ଶ୍ରୀ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଯୁବ ରେଡକ୍ରସ୍ ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦେବାଶିଷ ପଧାନ ସ୍ବାଗତ ତଥା ଧନ୍ୟବାଦ ଅର୍ପଣ କରିଥିଲେ।