Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଶ୍ୱିନୀ କୁମାର ମିଶ୍ରଙ୍କୁ ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର, ନିବେଦିତା ମହାନ୍ତିଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର’

ଓଡ଼ିଶା ଗବେଷଣା ପରିଷଦ ପକ୍ଷରୁ ଡକ୍ଟର ନିବେଦିତା ମହାନ୍ତିଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର’ ଓ କବି ଅଶ୍ୱିନୀ କୁମାର ମିଶ୍ରଙ୍କୁ ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ପ୍ରଦାନ କରାଯାଇଛି।

ପଇଂଚାଳିଶ ବର୍ଷର ପୁରାତନ ଅନୁଷ୍ଠାନ ଓଡ଼ିଆ ଗବେଷଣା ପରିଷଦର ୪୫ତମ ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନରେ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏବର୍ଷର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ପ୍ରାବନ୍ଧିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଏବଂ ମୁଖ୍ୟବକ୍ତା ଭାବେ ଗତବର୍ଷର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ କବି ଆଶୁତୋଷ ପରିଡ଼ା ଯୋଗ ଦେଇଥିଲେ।

ପରିଷଦର ସଭାପତି ସୁଧୀର ଚନ୍ଦ୍ର ବେହୁରା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଉପସଭାପତି ଅସିତ ମହାନ୍ତି ଅତିଥି ପରିଚୟ ଓ ସଂପାଦକ ଗୌରାଙ୍ଗ ଚରଣ ଦାଶ ବାର୍ଷିକ ବିବରଣୀ ଦେଇଥିଲେ। ଏହି ଅବସରରେ ଡକ୍ଟର ନିବେଦିତା ମହାନ୍ତିଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର’ ଓ କବି ଅଶ୍ୱିନୀ କୁମାର ମିଶ୍ରଙ୍କୁ ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଡକ୍ଟର ସୁରଞ୍ଜନ ଲେଙ୍କା ମାନପତ୍ର ପାଠ କରିଥିଲେ। ପରିଷଦର ଷାଣ୍ମାସିକ ପତ୍ରିକା ‘ଏଷଣା’ର ୮୯ତମ ସଂଖ୍ୟା ଓ ରାଇଚରଣ ଦାସଙ୍କ ଦୁଇଟି ପୁସ୍ତକର ସଂପାଦିତ ନୂତନ ସଂସ୍କରଣ ‘ଆଧୁନିକ ଓ ରୋମାଣ୍ଟିକ ଅବବୋଧ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।