Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମାରକେଲି ହାଇ ସ୍କୁଲ ର ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଲି ହାଇସ୍କୁଲ ର ବର୍ଷ ୨୦୦୭ ଓ ୨୦୧୪ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଯଥାକ୍ରମେ ମାଁ ମେଟାକାନୀ ମନ୍ଦିର ନିକଟସ୍ଥ ବଣଭୋଜି ସ୍ଥଳ ଓ କୁମାରକେଲି ଠାରେ ପୃଥକ ପୃଥକ୍ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନରୁଚି ଭୋଇ , ପ୍ରଧାନ ଶିକ୍ଷକ ଜୟରାମ ତ୍ରିପାଠୀ , ବିଜ୍ଞାନ ଶିକ୍ଷକ ବାଚସ୍ପତି ପଣ୍ଡା , ଶିକ୍ଷକ ଜୟକିଶନ ଶର୍ମା , ରଞ୍ଜନ ପଧାନ , ଇନ୍ଦ୍ରମଣି ପଧାନ ଓ ଅନ୍ୟାନ୍ୟ ଶିକ୍ଷା କର୍ମଚାରୀ ଙ୍କୁ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଫୁଲମାଳ ଓ ଉପଢ଼ୌକନ ଦେଇ ସାମ୍ପ୍ରତିକ ହଜିଯାଇଥିବା ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁଁ ପ୍ରଚେଷ୍ଟା କରିଥିଲେ । ମାଁ ମେଟାକାନୀ ସଭାକୁ ଛତିଶଗଡ଼ରେ କାର୍ଯ୍ୟରତ ସ୍କୁଲ ର ପ୍ରାକ୍ତନ ଛାତ୍ର ସଦାନନ୍ଦ ମେହେର ସଂଯୋଜନା କରିଥିବାବେଳେ କୁମାରକେଲି ସଭାକୁ ସ୍କୁଲ ର ପ୍ରାକ୍ତନ କୃତି ଛାତ୍ର ତଥା ବୀରମହାରାଜପୁର ବ୍ଲକ ରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବେ ଓଡ଼ିଶା ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସଦ୍ୟତମ ନିଯୁକ୍ତି ପତ୍ର ପାଇଥିବା ସତ୍ୟନାରାୟଣ ପ୍ରଧାନ ସଂଯୋଜନା କରିଥିଲେ। ଏହି ଅବସରରେ ଶିକ୍ଷକମାନେ ପ୍ରାକ୍ତନ ଛାତ୍ର ଛାତ୍ରୀ ତଥା ବର୍ତ୍ତମାନ ଭାରତର ଦାୟିତ୍ୱବାନ ନାଗରିକ ହୋଇସାରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଯିଏ ଯେଉଁ ଛୋଟବଡ ବୃତ୍ତି ରେ ଥାଉ ନା କାହିଁକି ଦେଶ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କୁ ନିଜସ୍ଵ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାପାଇଁ ପରାମର୍ଶ ଦେଇଥିଲେ ଓ ପରିବାର ସଦସ୍ୟ ମାନଙ୍କ ସହ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ମଙ୍ଗଳ କାମନା କରିଥିଲେ ।