ଅଡlଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଅଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଖଣ୍ଡହତା ପଞ୍ଚାୟତ ର ସରପଞ୍ଚ ଜୟଶ୍ରୀ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲ ର ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ମତବ୍ୟକ୍ତ କରିଥିଲେ । ଖଣ୍ଡହତା ସ୍ଥିତ ରବୀନ୍ଦ୍ର ନାଥ ହାୟର ସେକେଣ୍ଡାରୀ ସ୍କୁଲ ର ଅଧ୍ୟକ୍ଷ ଜଗବନ୍ଧୁ ବରିହା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ କଠିନ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡିଙ୍ଗିର ସାହୁ, ବୁଠିପଦର କ୍ଲଷ୍ଟର ର ସିଆରସିସି ନୃପଲାଲ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଗିରିଜା ଶଙ୍କର ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଦୁର୍ଯ୍ୟୋଧନ ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ସ୍କୁଲର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷକ ଶିଶୁପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗତ ବାର୍ଷିକ କ୍ରୀଡା ର କୃତି ପ୍ରତିଯୋଗୀ ଙ୍କ ସହିତ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଛାତ୍ରୀ ଶିଳ୍ପା ପ୍ରଧାନ ଙ୍କୁ ସ୍କୁଲର ଶ୍ରେଷ୍ଠ ଛାତ୍ରୀ ଓ ଅମିତ କୁମାର ପ୍ରଧାନ ଙ୍କୁ ଶ୍ରେଷ୍ଠ ଛାତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ବାର୍ଷିକ କ୍ରୀଡା ରେ ସବଜୁନିଅର ବର୍ଗର, ବାଳିକା ବିଭାଗରେ ଜେଶିକା ବାଘ ଓ ବାଳକ ବିଭାଗରେ ଶିବୁ ସାହୁ ,ଜୁନିଅର ବର୍ଗର, ବାଳିକା ବିଭାଗ ରେ ପ୍ରିୟା ବାଦୀ ଓ ବାଳକ ବିଭାଗ ରେ ବିଶ୍ୱଜିତ ନନ୍ଦ ଏବଂ ସିନିଅର ବର୍ଗ ର ବାଳିକା ବିଭାଗ ପାଇଁ ପ୍ରାଚୀ ଦେହୁରୀ ଓ ବାଳକ ବିଭାଗ ପାଇଁ ଜଗା ବାଦୀ ଙ୍କୁ ଚାମ୍ପିଅନ ଭାବେ ପୁରସ୍କୃତ କରାଯାଇଥିଲା । ସଭା ପରେ ଶିକ୍ଷକ ଅରବିନ୍ଦ ରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍କୁଲ ର ଛାତ୍ର ଛାତ୍ରୀମାନେ ସମ୍ବଲପୁରୀ , ଆଧୁନିକ, ହିନ୍ଦୀ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ସଙ୍ଗୀତ ଗାନ କରିଥିଲେ। ଏହି ଅବସର ରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଯୋଗ ଦେଇଥିଲେ।