ରାଜ୍ୟ ସ୍ତରୀୟ ଏକ ଦିବସୀୟ ବୀରମହାରାଜପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ହୀରାକୁଦ କୁ ହରାଇ ସୋନପୁର ଚାମ୍ପିଆନ୍ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ସ୍ଥାନୀୟ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଏକ ଦିବସୀୟ ବୀରମହାରାଜପୁର କପ୍ ଫୁଟବଲ ଉଦଯାପିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ରେଞ୍ଜ ଅଧିକାରୀ ପ୍ରସନ୍ନ ନାୟକ ଓ ଶିକ୍ଷକ ରଣଜିତ ମିଶ୍ର ଅତିଥି ଭାବେ ଯୋଗଦେଇ ଖେଳ କୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ୍ ଟି କେଏଫସିସି ସୋନପୁର ଓ ବୀରମହାରାଜପୁର ମଧ୍ୟରେ ହୋଇଥିଲା। ଏଥିରେ ସୋନପୁର ୧-୦ ଗୋଲରେ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍ ଟି ସମ୍ବଲପୁର ଓ ବରଗଡ଼ ମଧ୍ୟରେ ହୋଇଥିଲା। ଏଥିରେ ବରଗଡ଼ ପେନାଟି ସୁଟ ଆଉଟ୍ ରେ ବିଜୟୀ ହୋଇଥିଲା। ପ୍ରଥମ ସେମିଫାଇନାଲ ମ୍ୟାଚ୍ ଟି ସୋନପୁର ଓ ବରଗଡ଼ ମଧ୍ୟରେ ହୋଇଥିଲା । ଏଥିରେ ସୋନପୁର ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଥିଲା । ପୁଲ – ବି ର ପ୍ରଥମ ମ୍ୟାଚ୍ ଟି ହୀରାକୁଦ ଓ ବୌଦ୍ଧ ମଧ୍ୟରେ ହୋଇଥିଲା । ଏଥିରେ ହୀରାକୁଦ ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ଫୁଲବାଣି ଓ ଗୁଣ୍ଡେରପୁର (ସମ୍ବଲପୁର) ମଧ୍ୟରେ ହୋଇଥିଲା । ଏଥିରେ ହୀରାକୁଦ ବିଜୟୀ ହୋଇଥିଲା । ପୁଲ – ବି ର ସେମିଫାଇନାଲ ରେ ହୀରାକୁଦ ଦଳ ଫୁଲବାଣି କୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ୍ ଟି ସୋନପୁର ଓ ହୀରାକୁଦ ମଧ୍ୟରେ ହୋଇଥିବା ବେଳେ ସୋନପୁର ଦଳ ହୀରାକୁଦ ଦଳକୁ ୧-୦ ଗୋଲ ରେ ପରାସ୍ତ କରି ବିଜୟୀ ହୋଇଥିଲା।ଆୟୋଜକ ସଭାପତି ପର୍ଶୁରାମ ଦେହୁରୀ ଙ୍କ ଅଧ୍ୟକ୍ଷତା ରେ ସନ୍ଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ , କ୍ରୀଡାବିତ ସୁରୁନାରାୟଣ ମହାକୁର , ବିବସ୍ଵତି ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚାମ୍ପିଅନ ଦଳକୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳ କୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଆୟୋଜକ ସମ୍ପାଦକ ସୂର୍ଯ୍ୟନାରାୟଣ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ପୋର୍ଟିଙ୍ଗ କ୍ଲବ ର କୋଷାଧ୍ୟକ୍ଷ ଅଜିତ ନାଏକ , ଆୟୁଷ ଅଗ୍ରୱାଲା , ଅମିତ ପ୍ରଧାନ , ଲକ୍ଷ୍ମଣ ଷାଣ୍ଢ , ପ୍ରଶାନ୍ତ ଷାଣ୍ଢ , ଗରୁକିଶୋର ଡ଼ାଙ୍ଗ , ବାସୁଦେବ ରାଜହଂସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।