Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁତୁରପଙ୍କ ଆୟୁର୍ବେଦ ଚିକିତ୍ସାଳୟ ରେ ଡାକ୍ତର ଭାବେ ଯୋଗଦେଲେ ଲୋକପ୍ରିୟ ଗାୟିକା ଡାକ୍ତର ଅର୍ଚ୍ଚନା ପାଢୀ

ବୀରମହାରାଜପୁର : ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ଆୟୁର୍ବେଦିକ ଚିକିତ୍ସାଳୟ ରେ ମଙ୍ଗଳବାର ଦିନ ନୂତନ ଚିକିତ୍ସକ ଭାବେ ଯୋଗଦେଲେ ଲୋକପ୍ରିୟ ଗାୟିକା ଡ.ଅର୍ଚ୍ଚନା ପାଢ଼ୀ । ସେ ତାଙ୍କ ଚାକିରି ଜୀବନର ପ୍ରଥମ କରି ଏହି ଚିକିତ୍ସାଳୟ ରେ ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି । ଏହି ଅବସର ରେ ଡ. ପାଢ଼ୀ ଙ୍କୁ ଗ୍ରାମର ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନେଇ କ୍ଲବ ର ଉପଦେଷ୍ଟା ପୀତାମ୍ବର ସାହୁ ଙ୍କୁ ସଂଯୋଜନା ରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ ,ପୂର୍ବରୁ ଏହି ଚିକିତ୍ସାଳୟର ଦାୟିତ୍ଵ ରେ ଥିବା ଚିକିତ୍ସକ ଡ .ମଧୁସ୍ମିତା ପତି, କ୍ଲବର ପୂର୍ବତନ ସଭାପତି ସୁଧୀର ପ୍ରଧାନ,ଗ୍ରାମ୍ୟ ପରିଚନା କମିଟିର ସମ୍ପାଦକ ସନାତନ ମହାକୁର , ଉପସଭାପତି ଟୁଟୁ ମହାକୁର , ସହ ସମ୍ପାଦକ ଆଶିଷ ମେହେର , ବରିଷ୍ଠ ସଭ୍ୟ ସୁନିଲ ପ୍ରଧାନ , ପ୍ରମୋଦ ବେଦୋକ୍ତା , ରଘୁନାଥ ପ୍ରଧାନ , ସତ୍ୟଜିତ ମହାକୁର ପ୍ରମୁଖ ଯୋଗ ଦେଇଥିଲେ । ଏନେଇ ଡ.ପାଢ଼ୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରାଯାଇଥିଲା । ଏନେଇ ଉପସ୍ଥିତ ସଦସ୍ୟ ମାନେ ଡ.ପାଢ଼ୀ ଙ୍କୁ ଚିକିତ୍ସାଳୟ ର ଭିତ୍ତିଭୂମି ର ବିକାଶ ସହିତ ଅନ୍ୟାନ୍ୟ ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ । ଡ.ପାଢ଼ୀ ଚିକିତ୍ସାଳୟର ର ଦାୟିତ୍ଵ ନେଲେ ପରେ ନିଜ ପ୍ରତିକ୍ରିୟାରେ ରେ ଚିକିତ୍ସାଳୟ ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ଲୁତୁରପଙ୍କ ରେ ଥିବା ଉକ୍ତ ଆୟୁର୍ବେଦିକ ଚିକିତ୍ସାଳୟ ଟି ୧୯୮୫ ମସିହାରେ ସ୍ଥାପନ ହୋଇଥିବା ବେଳେ ଏ ଯାଏ ଡାକ୍ତରଖାନା ର ଗୃହ ନିର୍ମାଣ ହୋଇ ନ ଥିବା ବେଳେ ଅଧିକାଂଶ ସମୟର ସ୍ଥାୟୀ ଡାକ୍ତର ନିଯୁକ୍ତି ହେଉ ନ ଥିଲେ । ଡ.ଅର୍ଚ୍ଚନା ପାଢ଼ୀ ଜଣେ ଲୋକପ୍ରିୟ ସମ୍ବଲପୁରୀ ଗାୟିକା ହୋଇଥିବା ବେଳେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଅର୍ଚ୍ଚନା ଙ୍କ ଶତାଧିକ ସମ୍ବଲପୁରୀ ଗୀତ ଏବେ ବେଶ ଲୋକପ୍ରିୟ ଥିବା ବେଳେ ସଙ୍ଗୀତ ଜଗତର ଏକ ଚର୍ଚ୍ଚିତ ଚେହେରା ଅଟନ୍ତି। ତେବେ ମଙ୍ଗଳବାର ଦିନ ଅର୍ଚ୍ଚନା ପାଢ଼ୀ ଉକ୍ତ ଚିକିତ୍ସାଳୟର ଯୋଗ ଦେଉଥିବା ଖବର ପାଇ ତାଙ୍କର ଅଞ୍ଚଳର ଶତାଧିକ ପ୍ରଶଂସକ ଙ୍କ ଭିଡ ହୋଉଥିବା ଦେଖା ଯାଇଥିଲା l