Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦନ୍ତାପାଲି ରେ ନବାହ ପରାୟଣ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ଦନ୍ତାପାଲି ଠାରେ ନବାହ ପାରାୟଣ ପାଇଁ ଗୁରୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଠାରୁ ଏଠାରେ ନଅ ଦିନ ଧରି ରାମାୟଣ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୋଟସମଲାଇର ଶ୍ରୀରାମ ପଣ୍ଡା ଏଥିରେ ବ୍ୟାସ ତଥା କମଳପୁର ଗ୍ରାମର ବଳରାମ ପଣ୍ଡା ପୂଜକ ଭାବେ ଯୋଗ ଦେଇଥିବା ଜଣାଯାଇଛି। ଦନ୍ତାପାଲି ଗ୍ରାମର ଦେବେନ୍ଦ୍ର ପଣ୍ଡା ଓ ସନ୍ତୋଷିନୀ ପଣ୍ଡା ଏଥିରେ କର୍ତ୍ତା ରହିଥିବାବେଳେ ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରୁଥିବା ଜଣାପଡ଼ିଛି। ଆଜି କଳସ ଶୋଭାଯାତ୍ରାରେ ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ମଧ୍ୟ ସାମିଲ ହୋଇଥିଲେ।