କଟକ: କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିବା ହେଲା କାଳ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଜଣଙ୍କ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଜଣଙ୍କର ପରିଚୟ ମିଳିନାହିଁ । ମୃତ ଯୁବକ ଜଣଙ୍କ ଷ୍ଟେସନ ନିକଟରେ ଥିବା ଗାଁର ବୋଲି ସନ୍ଦେହ କରାଯାଉଛି ।
ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା । ଏହି ସମୟରେ ଯୁବକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ । କୋଇଲା ବୋଝେଇ ଟ୍ରେନରେ ଢଙ୍କା ଯାଇଥିବା ପାଲକୁ କାଢାଥିଲେ । ଏହି ସମୟରେ ସେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ଟ୍ରେନ ଉପରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।
ତେବେ ଯୁବକ ଜଣଙ୍କ କାହିଁକି ଟ୍ରେନରେ ଉପରେ ଚଢ଼ିଥିଲେ, କାହିଁକି ପାଲକୁ ଟାଣୁଥିଲେ ତାହା ଜଣାପଡ଼ିନାହିଁ । କୋଇଲା ଚୋରି ପାଇଁ ଯୁବକ ଜଣଙ୍କ ଚଢ଼ିଥିଲେ ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ ।