ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କାଦୋଦର ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ଯକ୍ଷ ବଲ୍ଲଭ ପୁରୋହିତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ତଥା ଯୁବ ସମାଜ ସେବୀ ଚିତ୍ତରଞ୍ଜନ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଆଚରଣ ଓ ସଂସ୍କାରିତ ଜୀବନ ଯାପନକୁ ପାଥେୟ କରି ଜୀବନକୁ ସରସ ସୁନ୍ଦର କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀ ସୀମାରାଣୀ ପର୍ଡିଆ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଯସ୍ମିନ ପଧାନ , ବର୍ଷାରାଣୀ ବେହେରାମାଳି , ପୂଜା ବଡମାଳି ବିଦାୟ କାଳୀନ ସଂଗୀତ ଗାନ କରିଥିଲେ l ଅଧ୍ୟାପକ ବାଳମକୁନ୍ଦ ବାରିକ ସଭା ସଂଯୋଜନା କରିଥିଲେ l ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ରଞ୍ଜିତା ମିଶ୍ର , ସାଧନା ମେଲ୍ଲୀ , ଅଧ୍ୟାପକ ଉଦ୍ଧବ ପଧାନ , ନିତ୍ୟାନନ୍ଦ ମିଶ୍ର , ଅମିତାରାଣୀ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନରେ ଦୀର୍ଘ ଦୁଇ ବର୍ଷ ଅତିବାହିତ କରିଥିବାର ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ଭାବ ବିହ୍ଵଳ କରିଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମକର୍ତ୍ତା ତଥା ନରୋତ୍ତମ କର୍ମୀ , ଶମ୍ଭୁ ଭୋଇ , ସଂଜୀବ ଦନ୍ତା , ସୁଶାନ୍ତ ମିଶ୍ର , ଯୋଗୀନ୍ଦ୍ର ପଧାନ, ବାଦଲ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l
କାଦୋଦର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
