Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ମହାବିଦ୍ୟାଳୟରେ ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ର

ବାଲିଗୁଡା, ତା, ୧୫/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ମଧୁସୂଦନ ମହାପାତ୍ର ବିଷୟ ବିଶାରଦ ଭାବରେ ମଧ୍ୟକାଳୀନ ସାହିତ୍ୟ ଓ ଭଞ୍ଜ ସାହିତ୍ୟ ଉଦାହରଣ ଦେଇ ବିଶଦ ଆଲୋଚନା କରିଥିଲେ।ଏକାଡେମିକ୍ ବର୍ସର ଡ଼.ସୁଶାନ୍ତ କୁମାର ଦାସ, ଆଇକ୍ୟୂଏସି ସଂଯୋଜକ ହିମାଂଶୁଚରଣ ସାହୁ, ଇଂରାଜୀ ଅଧ୍ୟାପକ ନୀଳାଚଳ ମହାରଣା, ବିଭାଗୀୟ ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ, ଅଧ୍ୟାପିକା ସ୍ନେହଲତା ମାଝୀ ପ୍ରମୁଖ ଯୋଗ ଦେଇ ଭଞ୍ଜ ସାହିତ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସମେତ ରାଜନୀତି ବିଜ୍ଞାନ, ଇଂରାଜୀ ଏବଂ ଇତିହାସ ବିଭାଗର ସମସ୍ତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ। ବିଭାଗ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ