ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଦେଉଳ ମୁଣ୍ଡା କୁ ହରାଇ ଡାହାଣୀ ପାଲି ଚାମ୍ପିଆନ୍ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ଖେଳ ପଡ଼ିଆରେ ମଁl ନାରାୟଣୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଥମ ମ୍ୟାଚ ଡାହାଣୀପାଳି ଓ ଦେଉଳମୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଡାହାଣୀ ପାଳି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୯ଉଇକେଟ ହରାଇ ୧୦୧ରନ କରିଥିଲା । ଜବାବରେ ଦେଉଳମୁଣ୍ଡା ଦଳ ନିର୍ଦ୍ଧାରିତ ୧୨ଓଭର ୯ଉଇକେଟ ହରାଇ୯୨ରନ କରି ପରାସ୍ତ ହୋଇଥିଲା I ଦ୍ଵିତୀୟ ମ୍ୟାଚ୍ ଟି ଡାହାଣୀ ପାଳି ଓ ଦେଉଳ ମୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଡାହାଣୀପାଳି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭର ୪ଉଇକେଟ ହରାଇ ରେ୯୨ରନ କରିଥିଲା । ଜବାବରେ ଦେଉଳମୁଣ୍ଡା ଦଳ, ୮ଓଭର ରେ ୬ଉଇକେଟ ହରାଇ ୭୭ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ଦେଉଳମୁଣ୍ଡା ଦଳକୁ ହରାଇ ଡାହାଣୀପାଳି ଚାମିୟନ ହୋଇଛି I ପୁରସ୍କାର ବିତରଣୀ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଓ ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ ଓ ରାଜେନ୍ଦ୍ର ସରାପ, ଏକଲବ୍ୟ ବେହେରା, ପ୍ରଭାସ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ଡାହାଣୀପାଳି ଦଳ ର ବିଶି ମେହେର ଙ୍କୁ ମ୍ୟାନ ଅପ ଦି ମ୍ୟାଚ ରେ ପୁରସ୍କୃତ କରିଥିଲେ ଏବଂ ବିଜେତା ଦଳ ଡାହାଣିପାଲି କୁ ୧୫୦୦୦ ଓ ଉପ ବିଜେତା ଦେଉଳମୁଣ୍ଡା ଦଳ କୁ ୧୦୦୦ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ କମିଟି ର ଶିବୁଲ ପଧାନ ଧନମାଳୀ ହୋତା ଓ ଲଳିତ ପଧାନ ଖେଳ ପରିଚାଳନା କରିଥିଲେ। ଉମାଶଙ୍କର ହୋତା , ଗୌରାଙ୍ଗ ସାମଲ , ସୁନୀଲ ପଧାନ , ବିଭୁତି ପଧାନ , ବୁଲୁ ପଧାନ,ରୋଶନ ସାମଲ ରିଳନ ସାମଲ,ପିଣ୍ଟୁପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସ୍କୋରର ରୋହିତ ମାଳି,ଓ ଶିବୁଲ ପଧାନ ଧାରାବିବରଣୀ ପ୍ରଦାନ କରିଥିଲେ ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।