ଭୁବନେଶ୍ବର: ଆଜିର ଦିନରେ କ୍ୟାନସର ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । କ୍ୟାନସର କାୟା ମେଲାଉଥିବା ବେଳେ ଏବେ ଏହାକୁ ନେଇ ଆସିଛି ଆଶ୍ବସ୍ତ କଲା ଭଳି ଖବର । ଏହା କ୍ୟାନସର ବିରୋଧୀ ଲଢ଼େଇକୁ ବଳ ଦେବ । କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟୀକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି ।
ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟୀକାକରଣ କରାଯିବ । ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟୀକା ଦିଆଯିବ । ଟୀକାର ଗବେଷଣା ସରିଛି । ଏବେ ଟ୍ରାଏଲ ଚାଲିଛି । ତେଣୁ ଏହା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦେଖି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।