ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ବନ ସୁରକ୍ଷା ସମିତିରେ ବନାଗ୍ନୀ ନିରାକରଣ ସଚେତନତା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗ୍ରୀଷ୍ମଋତୁର ଆଗମନରେ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁତ କ୍ଷୟ କ୍ଷତି ହେଉଥିବା ବେଳେ ବନ୍ୟପ୍ରାଣୀ, ବୃକ୍ଷଲତା ଓ ଔଷଧୀୟ ବୃକ୍ଷଲତା ମାଟିର ଉର୍ବରତା ମଧ୍ୟ ହ୍ରାସ ପାଉଛି । ଯାହାଫଳରେ ପରିବେଶ ଦିନକୁ ଦିନ ପ୍ରଦୂଷଣ ହେଇଯାଉଛି ବୋଲି ପରିବେଶପ୍ରେମୀ ସତ୍ୟଜିତ ଗଡୁଆ ଆଲୋକପାତ କରିବା ସହ ସ୍ୱାଗତ ଜଣାଇ ସଭାକାର୍ଯ୍ୟକୁ ଆରମ୍ଭ କରିଥିଲେ l ଚାଷ ଜମିରେ ନିଆଁ ନ ଲଗାଇବା , ମହୁଲଗୋଟାଳି ମାନଙ୍କୁ ନିଆଁ ନ ଲଗାଇବା , କୌଣସି ସ୍ଥାନରେ ନିଆଁ ଲାଗିଥିବାର ଦେଖିଲେ ତୁରନ୍ତ ଲିଭାଇବା ପାଇଁ ଉଦ୍ୟମ କରିବା ସହ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପାଇଁ ଟିମ୍ ଲିଡର ସଂଜୀବ କୁମାର ନାଗ ସମସ୍ତଙ୍କୁ ବୁଝାଇବା ସହ ଅନୁରୋଧ କରିଥିବା ବେଳେ ଓ ଜଙ୍ଗଲ ଆମର ମୂଲ୍ୟବାନ ସମ୍ପଦ ଜଙ୍ଗଲରେ ନିଆଁ ଲଗାଇବା ନାହିଁ ବୋଲି ଆମ ଜଙ୍ଗଲକୁ ଆମେ ସୁରକ୍ଷା କରିବା ବୋଲି ବନପାଳ ରଘୁମଣୀ ଭୋଇ ସମସ୍ତଙ୍କୁ ଅନୁରୋଧ କରିଥିଲେ l ଶେଷରେ ପରିବେଶପ୍ରେମୀ ସତ୍ୟଜିତ ସମସ୍ତ ବନ କର୍ମଚାରୀ ଓ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ଜଙ୍ଗଲରେ ନିଆଁ ଲଗାଇବା ନାହିଁ, ଆମେ ବନାଗ୍ନୀକୁ ନିରାକରଣ କରିବା ପାଇଁ ଏକ ସାମୂହିହ ଶପଥପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଭାପତି କିଶୋର ଗଡୁଆ, କୋଷାଧ୍ୟକ୍ଷ ଗୁପ୍ତେଶ୍ୱର ଦେହେରୀ , କଳ୍ପନା ଦେହେରୀ , ବିଶ୍ୱନାଥ ଗଡୁଆ , କାହ୍ନା ଗଡୁଆଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l
ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଖଜୁରିଆ ପାଲି ରେ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ
