ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଡ଼ଃ ବି ଆର ଆମ୍ବେଦକର ସେବାସଙ୍ଘ ଦ୍ୱାରା ବାବାସାହେବ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କମିରା ଛକ ଠାରେ ଥିବା ସେବାସଙ୍ଘ କାର୍ଯ୍ୟାଳୟ ରେ ଶତାଧିକ ସଦସ୍ୟ, ଆମ୍ବେଦକର ପ୍ରେମୀ ଙ୍କ ଉପସ୍ଥିତି କ୍ରମେ ଅଲେଖ ଧର୍ମବଳମ୍ବି ମାନଙ୍କୁ ନେଇ ତାଙ୍କରି କରକମଳରେ ଭୂମି ପୂଜନ କରାଯାଇଥିଲା l ସେବାସଂଘର ସଭାପତି ଧୀମାନ ଗଦାଧର ବାଦୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏସସି, ଏସଟି ଏମପ୍ଲୋଇ ଏସୋସିଏସନ ର ବ୍ଲକ ସଭାପତି ଅଭିମନ୍ୟୁ ଲୁହା , ଶିକ୍ଷକ ପଙ୍କଜ ତାଣ୍ଡିଆ ଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଆସନ୍ତା ଅପ୍ରେଲ ମାସ ରେ ଡ଼ଃ ଆମ୍ବେଦକର ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରାଯିବବୋଲି ସଭାପତି ପ୍ରକାଶ କରିଛନ୍ତି l
କମିରା ଛକ ରେ ସମ୍ବିଧାନ ପ୍ରଣେତା ଡ. ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଉତ୍ସବ
