Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜଗନ୍ନାଥ ଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗତ ୧୦ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ଏବେ ଜେସିବି ସାହାର୍ଯ୍ଯ ରେ ସମାନ କରାଯାଉଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓ ବୀରମହାରାଜପୁର ବିଧାୟକ ମାନ୍ୟବର ଇଂ ରଘୁନାଥ ଜଗଦଲା ଙ୍କ ପ୍ରଚେଷ୍ଟା ରେ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାୟ ୨୦କୋଟି ଟଙ୍କାରେ ମନ୍ଦିର ନିର୍ମାଣ ହେବାକୁ ଥିବା ବେଳେ ଓବିସିସି ସଂସ୍ଥା ପକ୍ଷରୁ କାର୍ଯ୍ୟ ଚାଲିଛି । ଆଗାମୀ ୩ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୦୧୨ ମସିହା ଜୁଲାଇ ୫ ତାରିଖରେ ଭୂମିପୂଜନ କରିଥିଲେ । ଉକ୍ତ ଦିନଠାରୁ ଭକ୍ତ ଦର୍ଶନାଭିଲାଷୀ ତଥା ଅଞ୍ଚଳବାସୀ ଅପେକ୍ଷା କରିଥିଲେ । ଅପେକ୍ଷାର ଅନ୍ତ ଘଟିଲା ମନ୍ଦିର କାର୍ଯ୍ୟ ଆରମ୍ଭ ହେଲା । ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କୁ ଓ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କୁ ଭକ୍ତ ଦର୍ଶନାଥି ତଥା ଅଞ୍ଚଳବାସୀ ସାଧୁବାଦ ଦେଇଛନ୍ତି । ଭବ୍ୟ ମନ୍ଦିର ହେଲେ ପ୍ରତିଦିନ ଭକ୍ତଦର୍ଶନାର୍ଥୀ ଙ୍କ ସଂଖ୍ୟା ବଢିବ।