ବାଲିଗୁଡା, ତା, ୨୧/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗୁଇବନ୍ଧ ର ଶାଳବଣ ପରିସରରେ ଶୁକ୍ରବାର ୩୬ ତମ ତେର ଶମ୍ଭୁ ମିଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି କିଶୋର କୁମାର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସମିତିର ଦିବଂଗତ ସଦସ୍ୟ ରାମଚନ୍ଦ୍ର ପ୍ରଧାନ (ମଙ୍ଗୁଳୁ ଭାଇ)ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା ୨୦୨୪ ମସିହା ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ l ସମିତିର ବରିଷ୍ଠ ସଦସ୍ୟ ରାଜ କିଶୋର ଦାଶଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତରେ ଚଳିତ ବର୍ଷର ୩୬ ତମ ତେର ଶମ୍ଭୁ ମିଳନ ଉତ୍ସବ ଏପ୍ରିଲ ମାସ ୬ ତାରିଖ ରବିବାର ଦିନ ଆୟୋଜିତ କରିବା ପାଇଁ ଘୋଷଣା କରାଯାଇଥିଲା l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତ ସଦସ୍ୟ ନିଜ ନିଜର ବିଭିନ୍ନ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନାମ ଘୋଷଣା କରାଯାଇଥିଲା l ସମସ୍ତ ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜ ନିଜର ଦାୟିତ୍ୱ ବହନ କରିବା ପାଇଁ ମା ‘ଦକ୍ଷିଣକାଳୀଙ୍କ ନାମରେ ଶପଥ ନେଇଥିଲେ l ଏହି ଅବସରରେ ଡ଼ଃ. ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଏବଂ ହିମାଂଶୁ ଶେଖର ଦାଶଙ୍କୁ ସମିତିର ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ର ସୁପରିଚାଳନା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି l ଶେଷରେ ରାଜ କିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
ବାଲିଗୁଡାରେ ୩୬ ତମ ତେର ଶମ୍ଭୁ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ
