ଅଢେଇ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ


କିଟ ଛାତ୍ରୀ ମୃତ୍ୟୁ ଓ ଛାତ୍ର ଛାତ୍ରୀଙ୍କୁ ମାଡ ଘଟଣାରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜେରାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ ଅଚ୍ୟୁତ। KIIT କାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ଅଧିକାରୀ । ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟାର ହାଜର ହୋଇଛନ୍ତି ।

ସେହିପରି ସେ ଦିନ ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି । ତେବେ କିଟ୍‌ର ଏହି ସମସ୍ତ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି । ଏ ସମସ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରାଯିବ । ଅଚ୍ୟୁତ ସାମନ୍ତଙ୍କ ସମେତ ୮ ଜଣଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡିଥିଲା।