Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣଙ୍କ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ, ୫-ଟି ଯୋଗୁ ମଲୁ

ଦୁଇ ଦିନ ତଳେ ରାଜ୍ୟର ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଅରୁଣ କହିଥିଲେ, ୫-ଟି ଖରାପ ଚିନ୍ତାଧାରା ନୁହେଁ। କିନ୍ତୁ ତାହାର କାର୍ଯ୍ୟକାରିତାରେ ଭୁଲ୍ ରହିଗଲା। ଯିଏ କାର୍ଯ୍ୟକାରୀ କଲା, ତାହା ଠିକ୍ ଭାବେ କଲାନି। ଆମେ ଚାଲିଗଲୁ।

‘୫-ଟି ପାଇଁ ଆମେ ମଲୁ।’ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଏହି ସ୍ବୀକାରୋକ୍ତିକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଜେଡିର ନିର୍ବାଚନୀ ବିପର୍ଯ୍ୟୟର ବଡ଼ କାରଣ ୫-ଟି; ଏହା କାହାରିକୁ ଅଛପା ନାହିଁ। କିନ୍ତୁ ପରାଜୟର ୮ ମାସ ହେଲା କୌଣସି ଆଗଧାଡ଼ିର ନେତା ଏହି ସତ କଥା ପଦେ କହିବାକୁ ଡରୁଥିଲେ। ଅରୁଣ ଏକଥା ଖୋଲାଖୋଲି କହିଦେଲା ପରେ ଦଳର ଆଭ୍ୟନ୍ତରୀଣ ରାଜନୀତି ଜୋର୍ ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories