Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦନ୍ତl ପାଲି ରେ ରାମାୟଣ ନବାହ କାର୍ଯ୍ୟକ୍ରମ ର ଶ୍ରୀ ରାମ ଙ୍କ ରାଜ୍ୟାଭିଷେକ ସହିତ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତର ଦନ୍ତାପାଲି ଗ୍ରାମରେ ଗତ ଫେବୃଆରୀ ୧୪ ତାରିଖ ରୁ ଚାଲିଥିବା ରାମାୟଣ ନବାହ କାର୍ଯ୍ୟକ୍ରମ ଆଜି ଶ୍ରୀରାମଙ୍କ ରାଜ୍ୟାଭିଷେକ ସହିତ ଉଦ୍‌ଯାପିତ ହୋଇ ଯାଇଛି । କୋଟସମଲାଏ ଗ୍ରାମର ବିଶିଷ୍ଟ ପାରାୟଣ ଗାୟକ ଶ୍ରୀରାମ ପଣ୍ଡା ବ୍ୟାସ ଗାୟକ ଭାବରେ ରାମାୟଣ ପଠନ କରିଥିବାବେଳେ କମଳପୁରର ବଳରାମ ପଣ୍ଡା ମୁଖ୍ୟ ପୂଜକ ଭାବରେ ପୂଜାର୍ଚ୍ଚନା ଓ ହବନ କାର୍ଯ୍ୟ ନିର୍ବାହ କରିଥିଲେ। ଦେବେନ୍ଦ୍ର ପଣ୍ଡାଙ୍କ ବ୍ୟକ୍ତିଗତ ଉଦ୍ୟମରେ ତଥା ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ ନିଜେ ସପତ୍ନୀକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ପାରାୟଣ ମଝିରେ ମଝିରେ ବିଭିନ୍ନ କଣ୍ଠଶିଳ୍ପୀ ମାନଙ୍କ ସୁମଧୁର ଭଜନ ପରିବେଷଣ ଆଧ୍ୟାତ୍ମିକ ପରିବେଶକୁ ଆହୁରି ସରସ ସୁନ୍ଦର କରିଥିଲା I ବିଶେଷ କରି ଉପସ୍ଥିତ ମହିଳା ମାନଙ୍କ ଭାବ ଗର୍ଭକ ନୃତ୍ୟ ଦର୍ଶକ ଙ୍କୁ ସମ୍ମୋହିତ କରିଥିଲା । ଏତଦବ୍ୟତୀତ ପ୍ରତି ସନ୍ଧ୍ୟାରେ ଅଞ୍ଚଳର ବିଶିଷ୍ଟ ପ୍ରବାଚିକା ବାଗ୍ମୀ ସୁଶ୍ରୀ ଅଳକାନନ୍ଦା ଦାସଙ୍କ ପ୍ରବଚନ କାର୍ଯ୍ୟକ୍ରମ ଶ୍ରବଣ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିବାର ଦେଖିବାକୁ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ