Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିକ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଶିବିର

କନ୍ଧମାଳ : ତା, ୨୪/୦୨:, (ସଞ୍ଜୟ କୁମାର ପାଣିଗ୍ରାହୀ): ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିତ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜିତ ଅବସରରେ କନ୍ଧମାଳ ବିପର୍ଯ୍ୟୟ ପରିଚାଳନା ପ୍ରସମନ ବିଭାଗ, ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ମିଳିତ ସହେଯାଗ ରେ ଫୁଲବାଣୀ ବ୍ଲକ କାଣିବାଲି ଠାରେ ଟିମ୍‌‌ କମାଣ୍ଡର ବିନୋଦ କୁମାର ମିନାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରରେ ଗ୍ରାମବାସୀଙ୍କୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ବିଭିନ୍ନ କୌଶଳ ମଧ୍ୟରେ ପାଣିରେ ବୁଡିଯାଉଥିବା ବେଳେ, ବିଜୁଳି ମାରିବା ସମୟରେ, ଭୂମିକମ୍ପ ସମୟରେ, ସାପ ଦଂଶନ ସମୟରେ, ଛୋଟ ପିଲା କିମ୍ବା ବଡ ଲୋକଙ୍କ ଗଳାରେ କିଛି ଦ୍ରବ୍ୟ ଲାଗିଲେ କିଭଳି ଭାବେ ରକ୍ଷା କରି ପାରିବେ ସେ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା। ବିଶ୍ୱରଞ୍ଜନ କର ପ୍ରାରମ୍ଭରେ କର୍ମଶାଳା ଉପରେ ଆଲୋକପାତ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ, ଆଦିଦାଶ ତ୍ରିପାଠୀ, ମନୋରଞନ ମିଶ୍ର, କ୍ରିଷ୍ଣା ଢାଙ୍କା, ମିକ୍ରମ ସାହୁ ଓ ମୁକେଶ ରାଘବ ପ୍ରମୁଖ ବିଭିନ୍ନ କୌଶଳ ଗ୍ରାମବାସି ଙ୍କ ସମ୍ମୁଖରେ ପ୍ରଦର୍ଶିତ କରି ବୁଝାଇଥିଲେ। ସ୍ଥାନୀୟ ପଂଚାୟତ ପ୍ରତିନିଧି ଚନ୍ଦ୍ରାବତୀ ମୁଖୀ ଙ୍କ ସହିତ ଶତାଧିକ ପୁରୁଷ ମହିଳା ଯୋଗଦେଇ ପ୍ରଶିକ୍ଷଣ ନେଇଥିବା ବେଳେ ମା ଗୃହ କଟ୍ରିଙ୍ଗିଆ ତରଫରୁ ସସ୍ମିତା ବେହେରା ଓ ଗିତାଞ୍ଜଳି ମୁଖୀ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ