Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ଖମାର ଲାଲ ବାହାଦୁର କ୍ରିକେଟ କପ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ ବଡ଼ଖମାର ଲାଲବାହାଦୁର ଯୁବକସଙ୍ଘ ପକ୍ଷରୁ ୧୧ ତମ ଲାଲବାହାଦୁର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ସ୍ଥାନୀୟ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାସବିହାରୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ଡୁମୁରୀ ଓ ଭଳିଆପଦର ମଧ୍ୟରେ ଅନୁଷ୍ଠିତ ହୋଇଥିବା। ଡୁମୁରୀ ଦଳ ପ୍ରଥମ ଲିଗ ମ୍ୟାଚ ରେ ବିଜୟୀ ହୋଇଥିଲା l ଦ୍ଵିତୀୟ ଲିଗ ମ୍ୟାଚ ରେ କେନ୍ଦୁପାଲି ସହିତ ଖଇରମାଲ ମାଧ୍ୟ୍ୟରେ ଖେଳାଯାଇଥିଲା l ଏହି ମ୍ୟାଚ ରେ କେନ୍ଦୁପାଲି ଦଳ ବିଜୟୀ ହୋଇଥିଲା l ପରେ ଡୁମୁରୀ ଓ କେନ୍ଦୁପାଲି କ୍ରିକେଟ ଦଳ ସହିତ କ୍ୱାଟର ଫାଇନାଲ ଖେଳ ରେ ନିର୍ଧାରିତ ଛଅ ଅଭରେ କେନ୍ଦୁପାଲି ଦଳ ୧୧୦ ରନ ସଂଗ୍ରହ କରଥିବା ବେଳେ ଡୁମୁରୀ ଦଳ ମାତ୍ର ୨୩ ରନ କରିଥିଲା। କେନ୍ଦୁପାଲି ଦଳ ସେମି ଫାଇନାଲ ରେ ପ୍ରବେଶ କରିଛି l ଦ୍ବିତୀୟ ଦିବସରେ କମଳପୁର ଓ ଘଣ୍ଟପାଲି ମଧ୍ୟ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l କମଳପୁର ଦଳ ନିର୍ଧାରିତ ୮ ଓଭରରେ ୭୮ ରନ କରିଥିଲା l ଏଥିରେ ଘଣ୍ଟପାଲି ଦଳ ନିର୍ଧାରିତ ୭ ଓଭରରେ ୭୯ ରନ ସଂଗ୍ରହ କରି ବିଜୟୀ ହୋଇଛି l ପରବର୍ତ୍ତୀ ଲିଗ ମ୍ୟାଚ ରେ ଚମ୍ପାମାଲ ଓ ମୁଣ୍ଡlପଡା ମଧ୍ୟରେ ଅନୁଷ୍ଠିତ ହୋଇଛି l ଏହି ମ୍ୟାଚ ରେ ପ୍ରଥମେ ମୁଣ୍ଡlପଡା ଦଳ ନିର୍ଧାରିତ ୮ ଓଭର ରେ ୧୦୩ ରନ ସଂଗ୍ରହ କରିଥିଲେ l କିନ୍ତୁ ଚମ୍ପାମାଲ ଦଳ ନିର୍ଧାରିତ ଆଠ ଓଭର ରେ ମାତ୍ର ୯୯ ରନ ସଂଗ୍ରହ କରି ମ୍ୟାଚ ତି ହାରି ଯାଇଥିଲା l ଦ୍ଵିତୀୟ କ୍ୱାଟର ଫାଇନାଲ ମ୍ୟାଚ ଘଣ୍ଟପାଲି ଓ ମୁଣ୍ଡପଡା ମଧ୍ୟ୍ୟରେ ଅନୁଷ୍ଠିତ ମ୍ୟାଚ ରେ ମୁଣ୍ଡପଡା ଦଳ ନିର୍ଧାରିତ ୬ ଓଭର ରେ ୫୦ ରନ ସଂଗ୍ରହ କରିଥିବା ବେଳେ ଘଣ୍ଟପାଲି ମାତ୍ର ୪ ଓଭରରେ ନିର୍ଧାରିତ ରନ ସଂଗ୍ରହ କରି ସେମି ଫାଇନାଲ କୁ ପ୍ରବେଶ କରିଛି l ଯୁବକ ସଂଘର ସମ୍ପାଦକ ଗଦାଧର ବାଦୀ ଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମନୋଜ କର୍ମୀ ସ୍କୋର ବୋର୍ଡ ପରିଚାଳନା କରିଥିଲେ। ପ୍ରବୀଣ ତାଣ୍ଡିଆ ଓ ରାକେଶ ମଙ୍ଗଲ ଖେଳ ପରିଚାଳନା କରିଥିବା ବେଳେ ବିନୋଦ ମହାକୁର ଓ କୁଳମଣି ବାଦୀ ଧାରା ବିବରଣୀ ପ୍ରଦାନ କରିଥିଲେ l ଟିମ ମ୍ୟାନେଜର ବବ୍ଲୁ ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l