ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଉଫୁଲା ଗ୍ରାମ ପଞ୍ଚାୟତର ଟିଠିପାଲି ଗ୍ରାମ ରାମେଶ୍ବର ମହାଦେବ ମନ୍ଦିରରେ ମହା ଶିବରାତ୍ରି ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞର ଶୁଭାରମ୍ଭ ହୋଇଛି । ପ୍ରଥମେ ପଞ୍ଚତତ୍ତ୍ବ ଷଡଗୋସ୍ବାମୀ ରାଧାକ୍ରିଷ୍ଣନ୍ , ଅଷ୍ଟସଖୀ ପୂର୍ଣ୍ଣମାସୀ ପୂଜା ପରେ ପରେ ନାମଯଜ୍ଞର ଶୁଭାରମ୍ଭ ହୋଇଅଛି । ପଣ୍ଡିତ ପ୍ରଦ୍ୟୁମ୍ନ ପୁରୋହିତ ଓ ମଧୁସୂଦନ ଚାନ୍ଦ ପୂଜକ କାର୍ଯ୍ୟ ତୁଲାଉଛନ୍ତି। । ପଣ୍ଡିତ ରମେଶ ଚନ୍ଦ୍ର ପୁରୋହିତ ଜପକ ଥିବାବେଳେ ମୀନକେତନ ମହାକୁର ଓ ପତ୍ନୀ ଶ୍ରୀୟା ମହାକୁର କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ଟିଠିପାଲି ରାଧେଶ୍ୟାମ ମଠର ମହନ୍ତ ବାବା ସୀତାରାମ ଦାସଙ୍କ ମୁଖରୁ ହରେକୃଷ୍ଣ ମହାମନ୍ତ୍ରର ଶୁଭାରମ୍ଭ କରାଯାଇ ସାରା ରାତି ଏହି ସଂକୀର୍ତ୍ତନ୍ୟ ଚାଲିବ ଓ ୨୭ ତାରିଖ ପୂର୍ବାହ୍ନରେ ଉଦ୍ଯାପନୀ ହେବ ବୋଲି ଜଣା ଯାଇଛି।
ଟିଠିପାଲି ରାମେଶ୍ଵର ଶିବ ମନ୍ଦିର ଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ
