ଦୃଢ଼ ମନୋବଳ ଓ କଠିନ ପରିଶ୍ରମ କଲେ ସଫଳତା ଆପେ ଆପେ ଆସେ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ମାଣିକପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀନିବାସ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର , ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା , ମୁର୍ଷୁଣ୍ଢୀ ସରପଞ୍ଚ ତଥା, ସ୍କୁଲ ପରିଚାଳନା କମିଟି ର ସଭାପତି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ କଲେ ସଫଳତା ପାଇ ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍କୁଲ ପରିସରରେ ଏକ ଗଣେଶ ପ୍ରତିମା ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମହା ପୁରୁଷ ମାନଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଗୁରୁ ହୃଷୀକେଶ ଦାଶଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ତବଲା ବାଦକ ଦଶରଥ ମଲ୍ଲିକ ସହାୟତା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀନିବାସ ରଥଙ୍କ ନିର୍ଦ୍ଦେଶନା ରେ ଗୋପାଳ ଛୋଟରାୟ ଦ୍ବାରା ଲିଖିତ , ଗୀତିନାଟ୍ୟ କୃଷ୍ଣ ଜନ୍ମ ମଞ୍ଚସ୍ଥ ହୋଇଥିଲା । ସଭା କାର୍ଯ୍ୟ କୁ ସଂଯୋଜନା କରିଥିଲେ ଶିକ୍ଷକ ରାଧାକାନ୍ତ ପ୍ରଧାନ, ବିବରଣୀ ପାଠ କରିଥିଲେ ଶିକ୍ଷକ ଶ୍ରୀପତି ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀନିବାସ ରଥ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଭୁପ୍ରସାଦ ପାଇକରାଏ , ଜୟଦେବ ତାଣ୍ଡିଆ , ସମ୍ଵିତ୍ ସାହୁ , କମିଟି ସଦସ୍ୟ ଗଜେନ୍ଦ୍ର ଝାଙ୍କର , ମିଲୁ ଭୋଇ , ରମେଶ ମିଶ୍ର , ସୁମନ୍ତ ପ୍ରଧାନ , କୃପାସିନ୍ଧୁ ପାଣିଗ୍ରାହୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ରାତ୍ରି ଗୋଟାଏ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ସୁନ୍ଦର ଭଜନ ପରିବେଷଣ କରି ଥିଲେ ।