ବୀରମହାରାଜପୁର ବ୍ଲକ ସ୍ତରୀୟ ଶୌଣ୍ଢିକ ସାମାଜ ର ନୂତନ କର୍ମକର୍ତ୍ତା ଚୟନ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ଶୌଣ୍ଢିକ ସମାଜ ର ଏକ ବୈଠକ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାଜ ର ଜିଲ୍ଲା ସଭାପତି ସତ୍ୟନାରାୟଣ ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକ ରେ ସମାଜର ଜିଲ୍ଲା ସମ୍ପାଦକ ରଘୁନାଥ ବେହେରା ଓ ରାଜ୍ୟ ସ୍ତରୀୟ ସଭ୍ୟ ମେଘନାଦ ସାହୁ ଯୋଗଦେଇ ସମାଜର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରାୟ ଶହେ ରୁ ଅଧିକ ମହିଳା ଓ ପୁରୁଷ ଯୋଗଦେଇ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସର୍ବସମ୍ମତି କ୍ରମେ ବ୍ଲକ ସ୍ତରୀୟ ଏକ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ଏଥିରେ ଦୁଃଖ ନାଶନ ସାହୁ ଙ୍କୁ ସଭାପତି , ବିଭୁ ପ୍ରସାଦ ସାହୁ ଙ୍କୁ ସମ୍ପାଦକ ଓ ମନୋଜ ସହୁ ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ଏହା ସହିତ ଡମ୍ବରୁ ସାହୁ , ଅଚ୍ୟୁତ ସାହୁ , ନିତ୍ୟାନନ୍ଦ ସାହୁ , ସାନନ୍ଦ ସାହୁ ଓ ସନ୍ତୋଷ ସହୁ ଙ୍କୁ ପରିଚାଳନା କମିଟିର ସଭ୍ୟ ଭାବେ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ମେଘନାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।