ଚୌହ୍ୱାନପୁର ରେ ନୂତନ ହରିହର ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚୌହାନପୁର (ମାଳିଦାଦର) ର ଅନନ୍ତ ବାସୁଦେବ କନ୍ୟାକୁମାରୀ ଯୋଗାଶ୍ରମ ପରିସରରେ ନିର୍ମିତ ହୋଇଥିବା ନୂତନ ହରିହର ମନ୍ଦିର ପ୍ରତିଷ୍ଠା ପାଇଁ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଶ୍ରୀରାମ ଚରିତ ମାନସର ସୁନ୍ଦର କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି । ଏ ଉପଲକ୍ଷେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରା ରେ ଶତାଧିକ ମହିଳା ଓ ପୁରୁଷ ନିକଟସ୍ଥ ମହାନଦୀରୁ କଳସ ପୂର୍ଣ୍ଣ ଜଳ ଆଣି ଯଜ୍ଞସ୍ଥଳୀରେ ସ୍ଥାପନ କରିଥିଲେ । ଏଠାରେ ଫାଲ୍‌ଗୁନ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଠାରୁ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏହି ଉପଲକ୍ଷେ ନାମଯଜ୍ଞ , ଘୃତ ଯଜ୍ଞ , ଅନ୍ନ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୁଧବାର କଳସ ଯାତ୍ରା ସହିତ ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦର ସଦସ୍ୟ ଡ.ଦିଲ୍ଲିପ ତ୍ରିପାଠୀ,ଡ.ଦ୍ବିତୀକୃଷ୍ଣ ପଣ୍ଡା, ଯୁଗଳ କିଶୋର ମିଶ୍ର , ଶଙ୍କର ମେହେର , ମୀନକେତନ ମେହେର ତଥା ବ୍ୟାସ ଗାୟକ ସତ୍ୟ ନାରାୟଣ ଚାନ୍ଦ ଙ୍କ ଦ୍ୱାରା ସୁନ୍ଦର କାଣ୍ଡ ପାରାୟଣ କରା ଯାଇଥିଲା । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ରେ ମୁଖ୍ୟ କର୍ତ୍ତା ଭାବରେ ଧୀରେନ୍ଦ୍ର ବାଘ ଓ ବୈଦେହୀ ବାଘ ରହିଥିବାବେଳେ ପାରାୟଣ କର୍ତ୍ତା ପ୍ରକାଶ ବାରିକ ଓ ବିକି ବାରିକ ରହିଛନ୍ତି ଏବଂ ନାମଯଜ୍ଞ କର୍ତ୍ତା ଭାବରେ ବେଣୁଧର ପଧାନ ଓ ରାଧାରାଣୀ ପଧାନ କାର୍ଯ୍ୟ ନିର୍ବାହ କରୁଛନ୍ତି। ସାଧ୍ବୀ ଉମା ଶଙ୍କରୀ ଚୈତନ୍ୟଙ୍କ ଦ୍ବାରା ଆୟୋଜିତ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭାବରେ ସୁଶାନ୍ତ ପୁରୋହିତ, ବିଘ୍ନରାଜ ମିଶ୍ର ଏବଂ ଉମାଶଙ୍କର ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ କରୁଛନ୍ତି। ପାରାୟଣ ବକ୍ତା ଓ କଣ୍ଠରତ୍ନ ଗାୟକ ଆଚାର୍ଯ୍ୟ ଶଚୀକାନ୍ତ ପଣ୍ଡାଙ୍କ ଦ୍ଵାରା ରାମାୟଣ ପାରାୟଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଖ ପାଖର ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ପାରାୟଣ ଶ୍ରବଣ କରିବାପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।