ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ବୀରମହାରାଜପୁର ପକ୍ଷରୁ ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା l ଆଜି ବିଜେପି ସରକାର ଙ୍କ ଦ୍ୱାରା ପଞ୍ଚାୟତ ରାଜ ଦିବସ ପାଳନ ତାରିଖ ପରିବର୍ତନ କରିଥିବାରୁ, ବିଜେଡି ପକ୍ଷରୁ ଏହାର ତୀବ୍ର ସମାଲୋଚନା କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସୋନପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା , ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାରାୟଣ ପଣ୍ଡା , ଚମ୍ପମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ , ରମେଶ ଦେହୁରୀ , ସୁରୁ ନାରାୟଣ ମହାକୁର ଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ l
ବୀରମହାରାଜପୁର ରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତି ପାଳିତ
