ବୀରମହାରାଜପୁର ସବଜଜ୍ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଳତ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବଜଜ୍ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସବଜଜ୍ ସରୋଜିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ୫୦ ଗୋଟି କେସ ଉପରେ ବିଚାର କରାଯାଇଥିଲା । ସେଥି ମଧ୍ୟରୁ ବୀରମହାରାଜପୁର ୟୁ ଜି ବି ବ୍ୟାଙ୍କ୍ ର ଗୋଟିଏ ବ୍ୟାଙ୍କ୍ ଲୋନ କେସ ର ଫୈସଲା କରାଯାଇ ଏକ କାଳୀନ ଏକଲକ୍ଷ ଚଉଦ ହଜାର ଏକ ସହ ଅଠାଅଶି (୧,୧୪,୧୮୮ ଟଙ୍କା) ଆଦାୟ କରାଯାଇଥିଲା । ଏହାସହିତ ଏକ ପାରିବାରିକ ବିବାହ ବିଚ୍ଛେଦ କେସ ର ଫୈସଲା କରାଯାଇଥିଲା । ଆପୋଷ ବୁଝାମଣା କରାଯାଇ ଉଭୟ ପତି ପତ୍ନୀ ବିବାହ ବିଚ୍ଛେଦ ନକରି ପୁନର୍ବାର ଏକତ୍ର ରହିବାକୁ ରାଜିହୋଇଥିଲେ । ବୀରମହାରାଜପୁର ଓ ସୁବଳୟା ୟୁ ଜି ବି ବ୍ୟାଙ୍କ ର କୋର୍ଟ କେସ ହେବା ପୂର୍ବରୁ ପ୍ରାୟ ୧୬ ଗୋଟି କେସ ବ୍ୟାଙ୍କ ଦ୍ଵାରା ସମାଧାନ କରାଯାଇ ପ୍ରାୟ ଶତାବନ୍ ହଜାର ପାଞ୍ଚ ସହ ଟଙ୍କା (୫୭୫୦୦ ଟଙ୍କା ) ଆଦାୟ କରାଯାଇଥିଲା । ଏସ ଡି ଜେ ଏମ କୋର୍ଟ ପରିସରରେ ଏସ ଡି ଜେ ଏମ ଶ୍ରୀମତୀ ପୁନମ୍ ସେଠ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତ ରେ ବିଭିନ୍ନ କେସ ର ବିଚାର କରାଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଓକିଲ ବିଷ୍ଣୁ ଚରଣ ପଣ୍ଡା , ଯତୀନ ପାଣିଗ୍ରାହୀ , ଚିତ୍ତରଞ୍ଜନ ସେଠୀ , ପ୍ରଦୀପ କୁମାର ରଥ , ବୀରମହାରାଜପୁର ଓ ସୁବଳୟା ୟୁ ଜି ବି ବ୍ୟାଙ୍କ ର ଉଭୟ ବ୍ୟାଙ୍କ୍ ମ୍ୟାନେଜର , କୋର୍ଟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।