ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଦେଉଳି-ବାଉଁଶୁଣି ମହାନଦୀ ସେତୁ ନିର୍ମାଣ ରେ ନିୟୋଜିତ ଶ୍ରମିକ ନଦୀ ସ୍ରୋତରେ ଭାସି ଯାଇ ମୁତ୍ୟୁ ମୁଖରେ ପଡ଼ିଛନ୍ତି l ମୃତ ଶ୍ରମିକ ବିହାର ରାଜ୍ୟ ସlହlରସା ଅଞ୍ଚଳର ରାମ ଚନ୍ଦ୍ର ରାମ ଙ୍କ ପୁଅ ନୀତିଶ କୁମାର (23) ବୋଲି ଜଣାପଡିଛି l ମୃତକ କୁ ପ୍ରାୟ ଦୁଇ ଘଣ୍ଟା ଖୋଜା ଖୋଜି କରିବା ପରେ ମହାନଦୀର ତଳ ଭାଗରୁ ଉଦ୍ଧାର କରାଯାଇଛି l ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇ ଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ l ମୃତକ ଜଣକ ନିଜ ବାପା , ଭିଣୋଇ ଙ୍କ ସହିତ ମିଶି ଅନ୍ୟ 22 ଜଣ ଉକ୍ତ ସେତୁ ନିର୍ମାଣରେ କାମ କରିବା ପାଇଁ ଆସିଥିଲେ l ବୀରମହାରାଜପୁର ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି l ମୃତକର ପରିବାର କୁ ସହାୟତା ପ୍ରଦାନ ପାଇଁ ଦାବି ହେଉଛି l
ବୀରମହାରାଜପୁର ସ୍ଥିତ ଦେଉଳି-ବାଉଁଶୁଣି ମହାନଦୀ ସେତୁ ନିର୍ମାଣ ରେ ନିୟୋଜିତ ଶ୍ରମିକ ମହାନଦୀ ପାଣି ରେ ଭାସି ଯାଇ ମୃତ
