ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବିଦ୍ୟାଳୟ ର ଯୁବ ଓ ପରିବେଶ କ୍ଲବ ପକ୍ଷରୁ ପୁରସ୍କାର ବିତରଣୀ ଉତ୍ସବ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ଯୁବ ଓ ପରିବେଶ କ୍ଲୁବ ପକ୍ଷରୁ ଆଜି ପୁରସ୍କାର ବିତରଣୀ ଉତ୍ସବ ପାଳନ କରାଯାଇଛି l ବିଦ୍ୟାଳୟ ର ପ୍ରଧାବ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ପୁରାତନ ଛାତ୍ର ସଂସଦ ର ସଦସ୍ୟ ତଥା ଗଣପତି ଆଦର୍ଶ ଶିକ୍ଷା ନିକେତନ ର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମହାକୁଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ଛାତ୍ର ମାନଙ୍କ ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ l କ୍ଲୁବ ଇନ ଚାର୍ଜ ଜ୍ୟୋତିର୍ମୟୀ ବେହେରା ସ୍ୱାଗତ ଭାଷଣ ଦେବା ସହ କ୍ଲୁବ ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣୀ ରେ ଜ୍ୟୋତିର୍ମୟୀ ମିଶ୍ର ସହଯୋଗ କରିଥିବା ବେଳେ ଶିକ୍ଷକ ବୈକୁଣ୍ଠ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l