ବାସୁଦେବପୁର ପ୍ରାଥମିକ ବିଦ୍ୟାଳୟ ରେ ତ୍ରିଦିବସୀୟ ଶିକ୍ଷଣ ସମାଗ୍ରୀ କର୍ମଶାଳା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ବାସୁଦେବପୁର ପ୍ରାଥମିକ ବିଦ୍ୟାଳୟରେ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରମୋଦ କୁମାର ବିଶ୍ବାଳ ଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୁଧିଷ୍ଠିରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦୈତାରୀ ମହାକୁର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଶିକ୍ଷୟତ୍ରୀ ମମତା ବେହେରା , ତରଙ୍ଗିନୀ ରାଉତ , ଅର୍ଚ୍ଚନା ମେହେର , ଶିକ୍ଷକ ସନ୍ତୋଷ ଅଦାବର , ରାଧାକାନ୍ତ ପଧାନ , ଜୟଦିପ ତାଣ୍ଡିଆ , ପ୍ରଣବ କିଶୋର ମଲ୍ଲିକ , ପ୍ରଦ୍ୟୁମ୍ନ ସେଠୀ ପ୍ରମୁଖ ଅଂଶଗ୍ରହଣ କରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଶେଷରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶ୍ବନୀ କୁମାର ବାଦୀ ଧନ୍ଯବାଦ ଅର୍ପଣ କରିଥିଲେ ।