ଚମ୍ପାମାଳ ଚମ୍ପେଶ୍ଵର ବାବାଙ୍କ ପଞ୍ଚ ଦୋଳ ଯାତ୍ରା ମହୋତ୍ସବ


ପ୍ରଥମ ସନ୍ଧ୍ୟାରେ “ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା, ଦ୍ଵିତୀୟ ସନ୍ଧ୍ୟା ରେ ରେମେଣ୍ଡା କୃଷ୍ଣଗୁରୁ ପରିବେଷଣ । ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ପ୍ରସିଦ୍ଧ ଶୈବ ପୀଠ ଚମ୍ପlମାଲ ଚମ୍ପେଶ୍ୱର ପଞ୍ଚଦୋଳ ଯାତ୍ରା ମହୋତ୍ସବ ରେ ବାବା ଚମ୍ପେଶ୍ୱର ମନ୍ଦିର ରୁ ବାହାରି ଦୋଳ ମଣ୍ଡପ ରେ ଦୋଳ ରେ ଝୁଲିବା ସହିତ ପୂଜାର୍ଚନା କରାଯାଇଥିଲା l ଏହି ଉପଲକ୍ଷେ ଆୟୋଜିତ ଏକ ଉଦଘାଟନ ସଭା ରେ ଯାତ୍ରା କମିଟି ସଭାପତି କିଶୋର ହୋତା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ , ଚମ୍ପlମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ପ୍ରମୁଖ ମଂଚାସୀନ ହୋଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ମହେଶ ଶତପଥୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଭଜନ କାର୍ଯ୍ୟକ୍ରମରେ କଣ୍ଠ ଶିଳ୍ପୀ ମୋନାଲିସା ନନ୍ଦ , ଅର୍ପିତା ପଟନାୟକ , ଭାଗ୍ୟଶ୍ରୀ ପାଣିଗ୍ରାହୀ , ସୁଦର୍ଶନ ବିଶ୍ୱାଳ, ମଣ୍ଟୁ ଶତପଥି , ଶ୍ରବଣ ମହାରଣା , ରତନ ବାଘ , କାର୍ତ୍ତିକ ଭୁକ୍ତା ପ୍ରମୁଖ ବିଭିନ୍ନ ଭଜନ ପରିବେଷଣ କରିଥିଲ । ରାଜେଶ ଶତପଥି , ପୃଥ୍ୱୀରାଜ ଜଗଦଲା , ବିମଲ କୁମାର , ଭକ୍ତି ମହାନନ୍ଦ,ଜେ.କି ସାହୁ ପ୍ରମୁଖ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ । ଆଜି ବିମାନରେ ବାବା ଚମ୍ପେଶ୍ୱର ବିରାଜମାନ କରିଥିଲେ ଓ ଦୋଳ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଯାତ୍ରା କମିଟି ଉପସଭାପତି ବିଶ୍ୱନାଥ ଥନାପତି , ପ୍ରମୋଦ ପୁରୋହିତ,ସମ୍ପାଦକ ଆଶୁତୋଷ କର୍ଣ୍ଣ , ଭୋଳାନାଥ ସେଠି , ପଞ୍ଚାନନ ମହାରଣା , ରବିଚନ୍ଦ୍ର ବିଶି , ଦେବରାଜ ପୁରୋହିତ , ଭୀଷ୍ମ ଥନାପତି , ଫଗୁ ଭୁକ୍ତା ପ୍ରମୁଖ ସହଯୋଗ କରିଥିଲେ l