ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଫଗୁନ୍ପୁନୀ ବା ଦୋଳ ଯାତ୍ରା ଉପଲକ୍ଷେ ପାଳିତ ହୋଇ ଆସୁଥିବା ନାମ ଯଜ୍ଞ ଏ ବର୍ଷ ପଚାଶ ବର୍ଷରେ ଉପନୀତ ହୋଇ ଥିବାରୁ ମହା ଆଡମ୍ବରରେ ନାମ ଯଜ୍ଞ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେଉଅଛି । ଏଇ ଉପଲକ୍ଷେ ମଙ୍ଗଳବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୁଇଶହ ରୁ ଅଧିକ ମହିଳା ଓ ପୁରୁଷ ସ୍ଥାନୀୟ ରଜାବନ୍ଧରୁ କଳସ ପୂର୍ଣ୍ଣ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ସକାଳ ୯-୦୦ଘଣ୍ଟାରେ ଏହି ଶୋଭା ଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭା ଯାତ୍ରା ରେ ମାଣିକପୁର , ଝାରକୁମୁଣ୍ଡା , କଳା ପଥର – କୁଡାପଡା ପ୍ରଭୃତି ଗ୍ରାମର ସଂକୀର୍ତ୍ତନ୍ୟ ଦଳ ସାମିଲ ହେବା ସଙ୍ଗେ ସଙ୍ଗେ ବଡ ବର୍ଡାକଟା ଗ୍ରାମର ମାହେଶ୍ୱରୀ ସେନା ଦ୍ୱାରା ବାଡି ଖେଳ ପ୍ରଦର୍ଶନ କରା ଯାଇଥିଲା । ଯଜ୍ଞ କର୍ତ୍ତା ଭାବରେ ଝାରକୁମୁଣ୍ଡାର ବସନ୍ତ ମହାକୁର ସପତ୍ନୀକ ଦାୟିତ୍ଵ ନିର୍ବାହ କରୁଥିବାବେଳେ ପୂଜକ ଭାବରେ ସଦାନନ୍ଦ ପଣ୍ଡା , ଭୀକାରୀ ପଣ୍ଡା , ବିଶ୍ଵାମିତ୍ର ଚାନ୍ଦ ପ୍ରମୁଖ ରହିଛନ୍ତି ।କଳସ ଶୋଭା ଯାତ୍ରା ରେ ଶ୍ରୀଜଗନ୍ନାଥ ମନ୍ଦିର କମିଟି ର ସମସ୍ତ ସଦସ୍ୟ , ଯାତ୍ରା କମିଟିର ବିଷ୍ଣୁ ଚରଣ ପଣ୍ଡା , ଦାମୋଦର ହୋତା , ଭଗବାନ ମିଶ୍ର , ଅକ୍ଷୟ ମିଶ୍ର , ଦୟାନିଧି ହୋତା , ନାରାୟଣ ଲୁହା , ଅକ୍ଷୟ ପତି ପ୍ରମୁଖ ଙ୍କ ସହିତ ଆହୁରି ବହୁ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।
ବୀରମହାରାଜପୁର ଫଗୁନ ପୁନି ମହୋତ୍ସବ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଚବିଶ ପ୍ରହାର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ
