Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଟାରୀ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗ୍ରହ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନାରାୟଣୀ ରୋଡରେ ଅବସ୍ଥିତ ରୋଟାରୀ ସେବା ସଦନ ଠାରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସଦନ ର ସଭାପତି ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ମନୋରଞ୍ଜନ ପଟନାୟକ, ବରିଷ୍ଠ ରୋଟାରୀଆନ ତଥା ପ୍ରତିଷ୍ଠାତା ସଦସ୍ୟ ରବିନାରାୟଣ ସୁବୁଦ୍ଧି, ପଦ୍ମଚରଣ ସ୍ୱାଇଁ, ବିରାଜିନୀ ମହାପାତ୍ର, ସୁନୀତି ଆଚାରି, ସୁନୀଲ ପଟନାୟକ, ପ୍ରକାଶ ପଣ୍ଡା, ପଦ୍ମ ଚରଣ ମହାନ୍ତି, ପବନ ଅଗ୍ରୱାଲ, କୁନ୍ଦନ ସିଂ, ପ୍ରମୁଖଙ୍କ ପରିଚାଳନାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ରୋଟାରୀଆନ ସୁନୀଲ ପଟନାୟକ, ବିରାଜିନୀମହାପାତ୍ର, ପବନ ଅଗ୍ରୱାଲ, ପ୍ରକାଶ ପଣ୍ଡା, ମୁକ୍ତିକାନ୍ତ ମହାନ୍ତି, ଶରତ ଚନ୍ଦ୍ର ସୁବୁଧୀ, ଛାୟା ବତୀ ମହାରଣା, କୁନା ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବେଛାକୃତ ରକ୍ତ ଦାନ କରିଥିଲେ। ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡା. ଜୟ ଦୀପ କୁମାର ଘୋଷ, ଦିନ କୃଷ୍ଣ ମହନ୍ତ, ଏଲଟି. ପ୍ରସନ କୁମାର ରତ୍ନାଲୁ, ଜ୍ୟୋତି ରଞ୍ଜନ ପୃଷ୍ଟି, ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ