Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟିଗୁଡାରେ ବାଇକ ଦୁର୍ଘଟଣା ଗ୍ରସ୍ତ : ଯୁବକ ମୃତ

ବାଲିଗୁଡା, ତା, ୧୬/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ-ଜି.ଉଦୟଗିରି ରାସ୍ତାର କୁଟିଗୁଡା ଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ମୃତକ ଯୁବକ ଜଣକ ରାଇକିଆ ଥାନା ଅନ୍ତର୍ଗତ କରଡା ପଞ୍ଚାୟତ ପଡାମାରି ଗ୍ରାମର ଅନାଦି ପରିଛାଙ୍କ ପୁଅ ପୁପୁନ ପରିଚ୍ଛା (୩୨) ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସକାଳେ ଘଟଣା ସ୍ଥଳରେ ଏକ ନମ୍ବର ବିହୀନ ନୂଆ ଗାଡି ପଡିଥିବା ଏବଂ ଚାଳକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇ ଲୋକେ ସାରଙ୍ଗଡ଼ ଥାନାରେ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ