ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ଗ୍ରାମର ରାଧେଶ୍ୟାମ ମଠରେ ମହନ୍ତ ସୀତାରାମ ଦାସ୍ଜୀ ମହାରାଜଙ୍କ ତତ୍ବାବଧାନରେ ରାମାୟଣ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ଓ ପୁରୁଷ ନିକଟସ୍ଥ ମହାନଦୀରୁ କଳସୀ ପୂର୍ଣ୍ଣ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ । ଆଜି ସୋମବାର ପ୍ରତ୍ୟୁଷରୁ ପାରାୟଣ କାର୍ଯ୍ୟ ଆରମ୍ଭ ହୋଇଛି । ବଲାଙ୍ଗୀର ର ପ୍ରସିଦ୍ଧ ଗାୟକ ମନୋରଞ୍ଜନ ମିଶ୍ର ବ୍ୟାସ ଗାୟକ ଭାବରେ ଆସନ ଅଳଙ୍କୃତ କରି ରାମାୟଣ ପାଠ କରୁଛନ୍ତି । ଏହି ପାରାୟଣ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନବଦିନ ବ୍ୟପୀ ଚାଲିବ ବୋଲି କମିଟି ସୂତ୍ରରୁ ପ୍ରକାଶ । କମଳପୁର ଗ୍ରାମର ମଧୁ ସୂଦନ ଚାନ୍ଦ ପୂଜକ ତଥା ପ୍ରହଲ୍ଲାଦ ଅମାତ ସପତ୍ନୀକ ଏଥିରେ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତିି । ସମସ୍ତ କାର୍ଯ୍ୟରେ ବେଲାଳସେନ ପାତ୍ର, ଦୌଲତ ଅମାତ , ବାବାଜୀ ଅମାତ , ଆଦିତ୍ୟ ମହାକୁର , ଗୋପାଳ ସାହୁ , ରଘୁନାଥ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ଆଜି ପ୍ରଥମ ଦିନରେ ବି ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।
ଟିଠିପାଲି ରାଧେଶ୍ୟାମ ମଠ ରେ ରାମାୟଣ ନବାହ୍ନ ପରାୟଣ ଆରମ୍ଭ
