ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଏ ଗ୍ରାମ ପଂଚାୟତ ଅନ୍ତର୍ଗତ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଶ୍ରୀମାନ ତ୍ରୟମ୍ବକ ପଧାନ , ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି l ସେ ତ୍ରିଲୋଚନ ପଧାନ ଏବଂ ରଞ୍ଜିତା ପଧାନ ଙ୍କ ସୁପୁତ୍ର ଥିବାବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l ଏଥିପାଇଁ ତାଙ୍କୁ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମକୁନ୍ଦ ଧରୁଆଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ଫୁଲ ତୋଡ଼ା ସହିତ ଏକ ୱାର୍ଡ ଵୁକ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଛି l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କର ଭବିଷ୍ୟତ ଜୀବନ ଉଜ୍ଜଳମୟ କାମନା କରି ଶୁଭେଚ୍ଛା ଜଣାଇଥିଲେ l ଏଥିରେ ବରିଷ୍ଠ ଶିକ୍ଷକ ଜନ୍ମେଜୟ ବିଶି ସଭା ପରିଚାଳନା କରିଥିଲେ l ସତ୍ୟବ୍ରତ କର୍ଣ୍ଣ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ମାଶ୍ରିତାସୁଧା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ତ୍ରୟମ୍ବକ ପଞ୍ଚମ ବୃତ୍ତି ରେ ସଫଳତା ହାସଲ
