Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଠି ପାଲି ରାଧେଶ୍ଯାମ ମଠ ରେ ଚାଲିଥିବା ଥିବା ରାମାୟଣ ନବାହ୍ନ ପରାୟଣ ର ଚତୁର୍ଥ ଦିବସ ରେ ରାମ ଚନ୍ଦ୍ର ବନବାସ ପ୍ରସଙ୍ଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତର ଟିଠିପାଲି ରାଧେଶ୍ୟାମ ମଠରେ ମହନ୍ତ ସୀତାରାମ ଦାସ୍‌ଜୀ ମହାରାଜଙ୍କ ତତ୍ତ୍ଵାବଧାନରେ ଚାଲିଥିବା ରାମାୟଣ ନବାହ୍ନ ପାରାୟଣ କାର୍ଯ୍ୟକ୍ରମର ଗୁରୁବାର ଥିଲା ଚତୁର୍ଥ ଦିବସ । ଆଜିର ପ୍ରସଙ୍ଗରେ ଶ୍ରୀରାମଙ୍କ ବନବାସ , ଶୃଙ୍ଗବେରପୁର ଗମନ , ନିଷାଦ ରାଜା ସହିତ ସାକ୍ଷାତ, କୈବର୍ତ୍ତ ର ଶ୍ରୀରାମ ଙ୍କ ପାଦଧୌତ , ଭରଦ୍ୱାଜ ଆଶ୍ରମରେ ପ୍ରବେଶ ଆଦି ଚରିତ ପାରାୟଣ ର ବିଷୟବସ୍ତୁ ଥିଲା । ବଲାଙ୍ଗୀର ନଅଗାଁର ପ୍ରସିଦ୍ଧ ଗାୟକ ମନୋରଞ୍ଜନ ମିଶ୍ର ବ୍ୟାସ ଗାୟକ ଭାବରେ ରାମାୟଣ ପାଠ କରିଥିଲେ । ଏଥିରେ ରୋହିତ ବାଘ , ଜୟ କୁମାର ପାଣ୍ଡେ , ନୀରାକାର ମେହେର , ପର୍ଶୁରାମ ବାରିକ ପ୍ରମୁଖ ଅର୍ଗାନ୍ , ତବଲା ପେଡ୍ ଆଦି ବାଦ୍ୟଯନ୍ତ୍ର ଓ ପାଳିଆରେ ଶ୍ରୀମିଶ୍ରଙ୍କୁ ସହଯୋଗ କରୁଛନ୍ତି। ଏହି ପାରାୟଣ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନବଦିନ ବ୍ୟପୀ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ।କମଳପୁର ଗ୍ରାମର ମଧୁ ସୂଦନ ଚାନ୍ଦ ପୂଜକ ତଥା ପ୍ରହଲ୍ଲାଦ ଅମାତ ସପତ୍ନୀକ ଏଥିରେ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତିି । ସମସ୍ତ କାର୍ଯ୍ୟରେ ଦୌଲତ ଅମାତ, ବେଲାଳସେନ ପାତ୍ର , ବାବାଜୀ ଅମାତ , ଆଦିତ୍ୟ ମହାକୁର , ଗୋପାଳ ସାହୁ , ରଘୁନାଥ ସାହୁ , ରଶ୍ମି ରଞ୍ଜନ ଅମାତ ଏବଂ ଅଂଚଳ ବାସୀ ସହଯୋଗ କରୁଛନ୍ତି । ଶ୍ରୀରାମ କଥାମୃତ ଶ୍ରବଣ କରିବାକୁ ଆଜି ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ