Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ସମବାୟ ସମିତି କାର୍ଯ୍ୟାଳୟ ସ୍ଥାନ ପ୍ରତ୍ୟାବର୍ତ୍ତନ କୁ ବିରୋଧ କରି ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କଲେ ଚାଷୀ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତଥା ପଂଚାୟତ ସଦର ମହକୁମାରେ ଥିବା ଉମବାୟ ସମିତି କାର୍ଯ୍ୟାଳୟ ଅନ୍ୟ ପଂଚାୟତ ଅଂଚଳକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରାଯାଇଛି । ଏନେଇ ଉଲୁଣ୍ଡା ସମବାୟ ସମିତି ଅଧିନସ୍ଥ ଚାଷୀଙ୍କ ତରଫରୁ ଉଲୁଣ୍ଡା ପଂଚାୟତ ସମିତି କଲେଜ ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଚାଷୀ ଏହାକୁ ପ୍ରତିବାଦ କରିବା ସହିତ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଏଥିସହ ସମାନ ଅଭିଯୋଗ ନେଇ ବୀରମହାରାଜପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଚାଷୀ ସଙ୍ଘର ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ଉଲୁଣ୍ଡା ସମବାୟ ସମିତି କାର୍ଯ୍ୟାଳୟ ଦୀର୍ଘଦିନ ଧରି ଭଡା ଘରେ ଚାଲି ଆସୁଥିଲା । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଉଲୁଣ୍ଡା ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । କିନ୍ତୁ ଚାଷୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ୱାର୍ଥ ସାଧିତ କରିବା ପାଇଁ ସମବାୟ ସମିତି ସଭାପତି ଓ ସଂପାଦକ ସ୍ୱଇଚ୍ଛା ରେ କାର୍ଯ୍ୟଳୟ ନିଜ ପଞ୍ଚାୟତ ଲସ୍ତଲା ଅଞ୍ଚଳକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନେଇଛନ୍ତି। ସମବାୟ ସମିତିର ଚାଷୀ ମାନେ ବାରମ୍ବାର ଏଆରସିଏସ, ଡିଆରସିଏସ ଓ ସ୍ଥାନୀୟ ବିଧାୟକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ବଡ଼ ବଡିଆଙ୍କ ଜିଦ ଆଗରେ ଚାଷୀଙ୍କ ସ୍ୱାର୍ଥ ବାଦ ପଡ଼ିଛି । ସୂଚନା ଯୋଗ୍ୟ ଯେ ସରକାର ପ୍ରତ୍ୟେକ ପଞ୍ଚାୟତରେ ସମବାୟ ସମିତି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ କେଉଁ ସ୍ୱାର୍ଥରେ ଉଲୁଣ୍ଡା ବ୍ଲକ ତଥା ପଂଚାୟତ ସଦର ମହକୁମାରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ଅନ୍ୟ ପଞ୍ଚାୟତକୁ ସ୍ଥାନାନ୍ତର କରାଗଲା ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ ତରବରିଆ ହିସାବରେ ଗଣ୍ଡାବାହାଲର ୨ ଏକର ଅପେକ୍ଷିତ ଜମିକୁ ଛାଡ଼ି ଲସ୍ତଲାର ମାତ୍ର ୭୦୦ ଡିସିମିଲ ଜମି ଉପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଯାହାକୁ ଚାଷୀ ମାନେ ଘୋର ବିରୋଧ କରିଥିଲେ। ସମବାୟ ସମିତିର ରକ୍ଷଣା ବେକ୍ଷଣ ପଇସା ଖର୍ଚ୍ଚ କରି ନୂତନ ପାଚେରୀ ନିର୍ମାଣ କରାଯାଉଥିବା ଆଇନ ଅନୁଯାୟୀ ଭୁଲ ବୋଲି ବି ଚାଷୀ ମାନେ କହିଛନ୍ତି। ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି କରିବା ପରେ ବି ଏହା ସମାଧାନ ହୋଇ ନଥିବାରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏହି ବିଷୟ ଉତ୍ତାପନ କରିଛନ୍ତି । ତେବେ ସମାଧାନ ନହେଲେ ଭୀଷଣ ଆନ୍ଦୋଳନ ସହ ଉଲୁଣ୍ଡା ବନ୍ଦ ଡାକରା ଦେବା ସହ ଡିଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାର ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ପେକ୍ସ ଡାଇରେକ୍ଟର କୃତିବାସ ବାଗ , କାହ୍ନୁ ଚରଣ ହାତୀ , ଦିଲ୍ଲିପ ପୁରୋହିତ , ନାଗାର୍ଜୁନ ମେହେର ତଥା ଚାଷୀ ଘନଶ୍ୟାମ ମହାକୁର , ଅଲେଖ ହାତୀ , ସୁଶୀଲ ପଣ୍ଡା, ଗୋବିନ୍ଦ ଦାସ ତରେଇ, ସୁଦାମ ମହାକୁର , ଅରୁଣ କୁଲିହା , କାହ୍ନୁ ଚରଣ କ୍ଷେତୀ , ନିରୋଦ ସୁନ୍ଦର ପୁରୋହିତ , ଧର୍ମପଦ ମହାକୁର , ସୁରେନ ପଣ୍ଡା , ଧର୍ମ ନିରଞ୍ଜନ ପଣ୍ଡା , ଶିବ ପ୍ରସାଦ ପାତ୍ର , ଯୋଗେନ୍ଦ୍ର ବାରିକ, ଉମେଶ ଚାଉଲିଆ, ଗୁନୁ ରାମ ବାରିକ, ରଞ୍ଜିତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ