Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଦଳୀପାଲି ଛକ ରେ ତୃତୀୟ ଏକତା ମହୋତ୍ସବ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ବିଶ୍ୱଶାନ୍ତି ଓ ସଂlସ୍କୃତିକ କାର୍ଯ୍ୟକ୍ରମ ର ମହାକୁମ୍ବ ତୃତୀୟ ଏକତା ମହୋତ୍ସବ ରବିବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନ ଝରିଆପାଲି ପଂଚାୟତ ର କଦଳୀପାଳି ଛକ ଠାରେ ହେଉଥିବା ତୃତୀୟ ଏକତା ମହୋତ୍ସବ ତୃତୀୟ ବର୍ଷ ରେ ପହଂଚିଛି l ଏକତା ଗ୍ରୁପ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ମହୋତ୍ସବ ର ଉଦଯାପନୀ ସନ୍ଧ୍ୟା ରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପ୍ରୟୋଜକ ତଥା ନିର୍ଦେଶକ ପାଣିନୀ ପ୍ରାଜ୍ଞଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ବଲପୁରର ଶିଳ୍ପପତି ନାରାୟଣ ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, କେନଝିରିଆପାଲି ସରପଞ୍ଚ ସସ୍ମିତା ଦୀପ , ସନ୍ତୋଷ ମିଶ୍ର , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ଯୋଗଦେଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଏହି ଅବସରରେ କଣ୍ଠଶିଳ୍ପୀ ରୁକୁ ସୁନା, ହାସ୍ୟ ଅଭିନେତା ଯୋଗେଶ ଜୋଜୋ , ଟିଂକୁ, ମିଳି , ଶାଶ୍ୱତ ତ୍ରିପାଠୀ , ସୌଭାଗ୍ୟ ଲକ୍ଷ୍ମୀ ଅଙ୍କିତ ରାଜ, ବିନୟ ସୁନା , ତପସ୍ୱିନୀ ଏବଂ ରୁଣା ଯୋଗଦେଇ ସଂଗୀତ ତଥା ହାସ୍ୟ ଅଭିନୟ କରିଥିଳେ l ପରିବେଷଣ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । Rk ଗ୍ରୁପ ବିନିକା ର ଜଙ୍ଗଲୀନୃତ୍ୟ ଓ ସ୍ଥାନୀୟ କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ବିନ୍ଦୁ ବୈରାଗୀ , ସସ୍ମିତା ଓ ପ୍ରିୟା ଙ୍କର କମେଡି ବେଶ ଲୋକଙ୍କୁ ମନମୁଗ୍ଧ କରିଥିଲା ଓ ମୁର୍ଷୁଣ୍ଢୀ ର ମ୍ୟଜିକମ୍ୟାନ ହୃଷିକେଶ ଙ୍କର ମ୍ୟlଜିକ ସୋ ବେଶ ଆକର୍ଷଣୀୟ ଥିଲା I ଏକତା ଗ୍ରୁପ ର ସଦସ୍ୟ ଅଶୋକ ସାହୁ, ପଵିତ୍ର ସାହୁ କନ୍ଦର୍ପ ପଧାନ, ଶ୍ରବଣ ଜାଲ ସୁଜ୍ଞାନ ଜାଲ , ଗୌତମ ପଧାନ, ସୁଶୀଲ ପଧାନ, ଶୁଭ ବିଶ୍ଵlଳ ଓକିଲ ବିଶ୍ୱାଳ ସଂଜୀବ ସାହୁ , ଦୁର୍ବାଦଳ ସାହୁ,ଋଷୁ ପଧାନ ଚିତ୍ତ ପଧାନ ରଂଜିତ ସେଠି ଦିବ୍ୟଲୋଚନ ମହାକୁର ଭକ୍ତରାମ ୱାଡ଼ଯୁଆଳି ଟିକନ ପଧାନସହଯୋଗ କରିଥିଲେ ଖୁଣ୍ଟଲା ପାଳି ର ମହାକୁର ଟେଣ୍ଟ ଓ ବାବୁ led ସମ୍ବଲପୁର ଓ ଅଭିଷେକ ସାଉଣ୍ଡ କୋଟସମଲାଇ ର ପ୍ରଚାର ପ୍ରସାର ପାଇଁ ଶମ୍ଭୁ ଖେତୀ ସହଯୋଗ କରିଥିଲେ ତା ସହିତ ଲୋକେ ଚଟପଟି ଖାଦ୍ୟର ମଜା ନେଇଥିଲେ। ଏହି ଅବସରରେ ଅଞ୍ଚଳର ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ଏହାର ମଜା ନେଇଥିଲେ । ହଜାର ହଜାର ଲୋକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖି ଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ