Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମହାବିଦ୍ୟାଳୟ ରେ ଇତିହାସ ବିଭାଗର ପାଠଚକ୍ର

ପ୍ରାଚୀନ ଭାରତ ଶିକ୍ଷାର ପ୍ରାଣକେନ୍ଦ୍ର ଥିଲା
ବୀରମହାରାଜପୁର : (ସୌମିତ୍ରି ମେହେର) ପ୍ରାଚୀନ ଭାରତରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଶିକ୍ଷାର ପ୍ରାଣକେନ୍ଦ୍ର ଥିଲା । ସେଠାରେ ଦଶହଜାରରୁ ଉର୍ଦ୍ଧ୍ଵ ଛାତ୍ର ଅଧ୍ୟୟନରତ ଥିଲେ । ଦେଶୀୟ ଛାତ୍ରମାନଙ୍କ ବ୍ୟତୀତ ଜାପାନ , ଚୀନ , କାମ୍ବୋଡିଆ , ଫିଲିପାଇନସ୍ ପ୍ରଭୃତି ଦେଶରୁ ଛାତ୍ରମାନେ ଜ୍ଞାନ ଆହରଣ କରିବାକୁ ଆସୁଥିଲେ। ନାଳନ୍ଦା ତତ୍କାଳୀନ ସମୟର ସର୍ବ ବୃହତ୍ ଆବାସିକ ବିଦ୍ୟାଳୟ ଏହା ଅସ୍ଵୀକାର କରାଯାଇ ନପାରେ । ବୀରମହାରାଜପୁର ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଆୟୋଜିତ “Nalanda: An Epitome of Indian Educational System” ଶୀର୍ଷିକ ଆଲୋଚନାଚକ୍ରରେ ନିମନ୍ତ୍ରିତ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।
ଗୁରୁବାର ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢ଼ୀ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଡ.ଶିଶିର ବଣିଆ ମୁଖ୍ୟଅତିଥି ତଥା ବିଷୟ ବିଷାରଦ ଭାବରେ ଯୋଗଦେଇଥିଲେ । ଅଧ୍ୟାପକ ସତ୍ୟ ନାରାୟଣ ଦାଶ , ଅଧ୍ୟାପିକା ଡ. ବନ୍ଦିତା ବିଶ୍ୱାଳ ପ୍ରସଙ୍ଗ ଭିତ୍ତିକ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଯାମିନୀ ଦାଶ , ଅଧ୍ୟାପକ ସ୍ମୃତିରଞ୍ଜନ ଭରାସାଗର , ପ୍ରଭାତ ପୁରୋହିତ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଛାତ୍ରୀ ସୃତି ଭରାସାଗର , ବାସନ୍ତି ଭୋଇ , ସରିତା ଭୋଇ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଏହି ଅବସରରେ ଯୁକ୍ତତିନି ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୋନାଲି ମେହେର , ଲକ୍ଷ୍ମୀ ଦେହୁରୀ ଓ ସଲୋନୀ ପଧାନ ବିଦାୟକାଳିନୀ ବକ୍ତବ୍ୟ ରଖିଥିଲେ । ଛାତ୍ରୀ ଶାଶ୍ଵତୀ ପଣ୍ଡା ସଭା ପରିଚାଳନା ସଙ୍ଗେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ