Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵର୍ଗତଃ ଗଦାଧର ପଣ୍ଡା ଙ୍କ ବିୟୋଗରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଘ ର ଶୋକସଭା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ଗ୍ରାମର ଗଦାଧର ପଣ୍ଡାଙ୍କ ୭୦ ବର୍ଷ ବୟସରେ ମଙ୍ଗଳବାର ରାତିରେ ପରଲୋକ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷୀତ ନ ହେବାରୁ ତାଙ୍କୁ ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କରାଯାଇ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ପଣ୍ଡା ଏ ଅନୁଷ୍ଠାନର ସଦସ୍ୟ ଥିବାରୁ ତାଙ୍କ ସ୍ମୃତି ଚାରଣ କରା ଯାଇଥିଲା। ଏଥିରେ ସଦସ୍ୟ ଭୂଷଣ କୁମାର ପାତ୍ର , କୃଷ୍ଣ ଚନ୍ଦ୍ର ପାଢୀ , ଭଗବାନ ମିଶ୍ର , ସନ୍ତୋଷ ଷଡ଼ଙ୍ଗୀ , ଡ.ଦ୍ବିତୀକୃଷ୍ଣ ପଣ୍ଡା , ଦୟାନିଧି ହୋତା ପ୍ରମୁଖ ଅଂଶଗ୍ରହଣ କରି କହିଥିଲେ,” ସ୍ବର୍ଗତ ଗଦାଧର ପଣ୍ଡା ଏକାଧାରରେ ଜଣେ ନାଟ୍ୟ ଗୁରୁ , ନିର୍ଦ୍ଦେଶକ , ମୃଦଙ୍ଗ ବାଦକ ସହିତ ରାଜନୈତିକ ବ୍ୟକ୍ତି ଥିଲେ ଓ ଜଟେସିଂଘା ପଞ୍ଚାୟତର ଲଗାତାର ତିନିଥର ସରପଂଚ ଭାବରେ ନିର୍ବାଚିତ ହୋଇ ବେଶ୍ ସଫଳତାର ସହିତ କାର୍ଯ୍ୟ ତୁଲାଇଥିଲେ । ଏହା ସହିତ ଜଣେ ଆଗ ଧାଡିରେ କୃଷକ ଭାବରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ । ବୀରମହାରାଜପୁର କୃଷକ ପରାମର୍ଶ କେନ୍ଦ୍ରର (ଆତ୍ମା) ସଭାପତି ଭାବରେ କାର୍ଯ୍ୟ କରିବା ସହିତ ସୁବର୍ଣ୍ଣପୁର ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ଭାବରେ କାର୍ଯ୍ୟ ତୁଲାଇଥିଲେ । ଏବେ ମଧ୍ୟ ଜଟେସିଂଘା ସମବାୟ ସମିତିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ପୁନଶ୍ଚ ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ଅନୁରାଗ ଥିଲା । ତାଙ୍କ ତତ୍ତ୍ଵାବଧାନରେ ଖମାର ମଠରେ ଏକଦା ଦୋଳିରେ ଦୋଳିରେ କବିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।” ସ୍ବର୍ଗତ ପଣ୍ଡା ତାଙ୍କ ପଛରେ ସ୍ତ୍ରୀ ମନୋରମା, ପୁଅ ସତ୍ୟବ୍ରତ ଓ ସଞ୍ଜିବ , ବଡ଼ ଭାଇ ଗୈାରଚନ୍ଦ୍ର ଓ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି। ଏହି ପରିସ୍ଥିତିରେ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରି ଈଶ୍ୱର ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ବୋଲି ଭଗବାନଙ୍କ ଠାରେ ସଂଗଠନ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା । ଶୋକସଭାରେ ଅନୁଷ୍ଠାନର ସଦସ୍ୟ ଧୃବ ଚରଣ କ୍ଷେତି , ବାସୁଦେବ ରଥ , ଚମରା ମହାକୁର , ବାସୁଦେବ ପଣ୍ଡା , ଦିଲ୍ଲିପ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ସୌମିତ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ