Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଆର ପ୍ରଡକ୍ସନ ବେନର ରେ ମୁକ୍ତିଲାଭ କରିବ କୋସଲି ହନୁମାନ ଚାଳିଶା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଥରଘାଟ ସ୍ଥିତ ହନୁମାନ ବାଟିକା ରେ ଆସନ୍ତା ୧0 ଏପ୍ରିଲ ରେ ସୁଟିଂ ହୋଇ ୧୩ ଏପ୍ରିଲ ରେ ଉନ୍ମୋଚନ ହେବ କୋସଲି ହନୁମାନ ଚାଳିଶା, ଏନେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି କୋସଲ ନେତା କିଶୋର ହୋତା l ଏ ଆର ପ୍ରଡ଼କ୍ସନ ରେ ନିର୍ମିତ କୋସଲି ହନୁମାନ ଚାଳିଶା ର ପ୍ରଯୋଜକ ଭାବରେ ହେମଳତା ନିହାଲ ରହିଥିବା ବେଳେ ନିର୍ଦେଶକ ଅକ୍ଷୟ ସରାଫ, ସହ ନିର୍ଦେଶକ ଅରୁଷି ସରାଫ, ସହ ପ୍ରଯୋଜକ ଆଲୋକ ମେହେର ରହିଛନ୍ତି l ସପ୍ତକଝଙ୍କାର ଷ୍ଟୁଡିଓ ବରଗଡ ରେ ରେକଡ଼ିଂ ହୋଇଥିବା ବେଳେ ସଙ୍ଗୀତ ନିର୍ଦେଶକ ପ୍ରବୀର ପୁରୋହିତ , ଏହାକୁ କଣ୍ଠଦାନ କରିଛନ୍ତି ଦୁଷ୍ମନ୍ତ ସୁନା ଏବଂ ବୁଲି ସା l ମୂଳ ଲେଖା ତୁଳସୀ ଦାସ କରିଥିବା ବେଳେ ଅକ୍ଷୟ ସରାଫ କୋସଲି ଅନୁବାଦ କରିଛନ୍ତି l ସହଯୋଗୀ ଭାବରେ ଅନୁ ସହୁ , କିଶୋର ହୋତା , ନୀଳକମଲ ମିଶ୍ର , ଆଶ୍ରୟ ମହାନନ୍ଦ ରହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ