Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା-କମିରା ଛକରେ ମା ମାଉଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଏକୋଇଶ ଶମ୍ଭୁ ଭେଟ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା-କମିରା ଛକ ରେ ନୂତନ ମା ମାଉଳି ପ୍ରତିଷ୍ଠା ଉତ୍ସବ ଅବସରରେ ଏକୋଇଶ ଶମ୍ଭୁ ପ୍ରାଏ ଆଠୋଟି ଜିଲ୍ଲାରୁ ଦଣ୍ଡ କଳାକାର ଏକ ଜୁଟ ହୋଇଥିବା ଦେଖା ଯାଇ ଥିଲା l ଏହି ଏକୋଇସ ଶମ୍ବୁ ଭେଟଘାଟ କାର୍ଯ୍ୟକ୍ରମ ଟି କର୍ଣ୍ଣାରାଜ ପଧାନ ଙ୍କ ଆବାହକ ଏବଂ କମିରା ଗ୍ରାମବାସୀଙ୍କ ସହଯୋଗ ରେ ସଫଳ ହୋଇଥିବା ବେଳେ ପ୍ରବଳ ଜନ ସମାଗମ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଧାୟକ ରଘୁନାଥ ଜଗଦଲା ଙ୍କ ନିଜସ୍ୱ ଗ୍ରାମ କମିରା ହୋଇଥିବାରୁ ବିଧାୟକ ମଧ୍ୟ ଉପସ୍ଥିତ ଥିବା ଦେଖା ଯାଇଥିଲା l ମା ମାଉଲିଙ୍କ ମନ୍ଦିର ସମ୍ମୁଖରେ ଗୋଟିଏ ଛୋଟିଆ କୁଅଁ ଅଛି ଯାହାକି ଅଞ୍ଚଳରେ ଆଶ୍ଚର୍ଯ୍ୟ ବିଷୟ ହୋଇଛି ସେହି କୁଅଁରୁ ହାତରେ ବାଲ୍ଟି ଧରି ପାଣି କାଢି ହେବ l ମା ମାଉଳି ମନ୍ଦିର ଆଖ ପାଖରେ କୌଣସି ବ୍ୟକ୍ତି କୁଅଁ ଖୋଳିଲେ ପାଣି ବାହାରେ ନାହିଁ ଯାହା ଫଳରେ ମା ମାଉଳି ଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ବା ଭରସା ଅଧିକ ରୁ ଅଧିକ ହେବାରେ ଲାଗିଛି ବୋଲି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି l ଏହି ଏକୋଇଶ ଶମ୍ବୁ ଭେଟ ଘାଟରେ ସମସ୍ତ ଦଣ୍ଡ କଳାକାର ମାନଙ୍କୁ ଦଣ୍ଡ ବସ୍ତ୍ର ପ୍ରଦାନ କରାଯିବ ବୋଲି ଆବାହକ ଶ୍ରୀ ପ୍ରଧାନ ଜଣାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ