ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଦୁର୍ଗା ମନ୍ଦିର ର ପାର୍ଶ୍ଵ ଦେବା ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଦିନ ସମାପନ ହୋଇଯାଇଛି । ଏହି ଅବସରରେ ଏକ ଅଷ୍ଟ ପ୍ରହର ନାମ ଯଜ୍ଞ ମଧ୍ୟ ହୋଇଥିଲା। ରବିବାର ଦିନ କଳସ ଯାତ୍ରା କରି ନାମ ମଣ୍ଡପ ଓ ହୋମ ମଣ୍ଡପ ରେ ସ୍ଥାପନ କରାଯାଇଥିଲା। ସୋମବାର ଦିନ ଅଷ୍ଟ ପ୍ରହର ନାମଯଜ୍ଞ ଅଧିବାସ ହୋଇଥିଲା । ଏଥିରେ ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲାର ପ୍ରାୟ ୧୦ ଟି ସଙ୍କୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ସୋମବାର ପୂର୍ବାହ୍ନ ରୁ ଆରମ୍ଭ ହୋଇଥିଲା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ। ପ୍ରାରମ୍ଭରୁ ବିଗ୍ରହ ଗୁଡ଼ିକ ଓ ନବ ନିର୍ମିତ ମନ୍ଦିର କୁ ସ୍ନାନ କରାଯାଇଥିଲା। ପରେ ହୋମ, ଘୃତ ଯଜ୍ଞ କରାଯାଇଥିଲା। ଏକ ଆଧ୍ୟାତ୍ମିକ ପରିବେଶ ରେ ଘଣ୍ଟ , ଶଙ୍ଖ, ହରିବୋଲ , ହୁଳହୁଳି ସହ ବିଗ୍ରହ ମାନଙ୍କୁ ମନ୍ଦିର କୁ ନେଇ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ବିମ୍ବାଧର ସାହୁ ଓ ରାଜଶ୍ରୀ ସାହୁ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଘନଶ୍ୟାମ ସାହୁ ପୂଜକ କାର୍ଯ୍ୟ ସମ୍ପାଦନ କରିଥିଲେ l
ଅମର ପାଲି ରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ
