ବୀରମହାରାଜପୁର ରେ ଓଡ଼ିଆ ପକ୍ଷ ପାଳିତ ; ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର)
ଓଡିଆ ପକ୍ଷ ପାଳନ ଅବସରରେ ବୀରମହାରାଜପୁର ଠାରେ ଲୋକକଳା ପାଇଁ ଦିନଟିଏ ଉତ୍ସର୍ଗୀକୃତ ହୋଇଛି। ଓଡ଼ିଆ ସାଂସ୍କୃତିକ ଚାଲି ଚଳଣୀ , ମୂଲ୍ୟବୋଧ , ଗାଥା ଗୌରବ , ଲୋକକଳା , ସାହିତ୍ୟ ଓ ଆମ ପରମ୍ପରାର ମହାପର୍ବ ହେଉଛି ଓଡ଼ିଆ ପକ୍ଷ । ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପଞ୍ଚାୟତ ସମିତି କାର୍ଯ୍ୟାଳୟ , ବୀରମହାରାଜପୁର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ହାଁସଦା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲୋକକଳା କାର୍ଯ୍ୟକ୍ରମ କ୍ରମରେ ପତର ସଉରା ପତର ସଉରାଣୀ ଦଣ୍ଡ ସୁଆଙ୍ଗ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ୧୧ଘଣ୍ଟା ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବ୍ଲକ୍ ସମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର ଏଥିରେ ସହଯୋଗ କରିଥିଲେ । ବାସୁଦେବପୁର ର କଳାକାର ଗୋକୁଳ ମାଝୀ , ଶୁକ୍ରୁ ବେହେରା , ଶୁକ ବଘାର , ଛବି ସେଠୀ ଓ ଶିବ ବନଛୋର ପ୍ରମୁଖ ସୁଆଙ୍ଗ ପରିବେଷଣ କରିଥିଲେ। ଏହା ଦେଖିବାକୁ ବହୁ ଜନ ସମାଗମ ହୋଇଥିଲା ।