ଦ୍ଵିତୀୟ ବହଳପଦର ପ୍ରିମିୟର ଲିଗ କ୍ରିକେଟ ରେ ସୋଲାର ଷ୍ଟାଇକର ବିଜୟୀ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପ୍ରିମିୟର ଲିଗ କ୍ରିକେଟ ର ଗୁରୁବାର ଦିନ ଦୁଇଟି ମ୍ୟାଚ୍ ହୋଇଥିଲା। ପ୍ରଥମ ମ୍ୟାଚ୍ ରେ କିଙ୍ଗ କୋବ୍ରା ପ୍ରଥମେ ବ୍ୟାଟିଂ ୮୭ରନ କରିଥିଲା । ଜବାବରେ ସୋଲାର ଷ୍ଟ୍ରାଇକର ୯୩ ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ରେ ନଟରାଜ ଫାଇଟର ୧୧୮ ରନ କରିଥିଲା । ଜବାବରେ ୟଙ୍ଗ ଫାଇଟର ୧୧୯ ରନ କୁ ୯ ଓଭର ରେ ସଂଗ୍ରହ କରି ବିଜୟୀ ହୋଇଥିଲା । ମ୍ୟାଚ ଗୁଡିକରେ ସତ୍ୟରାଜ ମହାକୁର ଓ ଆଲୋକ ଭୋଇ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ଜଗା ଦେହୁରୀ ଅନ ଲାଇନ ସ୍କୋରିଙ୍ଗ , ଆଶିଷ ଜଗଦଲା ସ୍କୋରିଙ୍ଗ କରିଥିଲେ।