ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ପଣା ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି , ହନୁମାନ ଜୟନ୍ତି, ଆମ୍ବେଦକର ଜୟନ୍ତୀ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଆଜି ବିଷୁବ ମିଳନ ତଥା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତି , ବି ଆର ଆମ୍ବେଦକର ଜୟନ୍ତୀ, ଓଡିଆ ନବବର୍ଷ ପାଳନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ସଂଘ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଅଧ୍ୟକ୍ଷତା କରିଥିଲେ l ପୂର୍ବତନ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପାଢି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବରିଷ୍ଠ ସଦସ୍ୟ ଶିକ୍ଷାବିତ ଭୂଷଣ କୁମାର ପାତ୍ର , କୋଷାଧକ୍ଷ ଦୟାନିଧି ହୋତା, ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ ପ୍ରମୁଖ ଅନ୍ୟତମ ଅତିଥିଭାବେ ମଞ୍ଚାସୀନ ଥିଲେ l ଅବସର ପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ହୋତା , ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଙ୍କ ସହିତ ମଞ୍ଚାସୀନ ଅତିଥିବୃନ୍ଦ ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକର , ବିଷୁବ ମିଳନ, ମେରୁ ସଂକ୍ରାନ୍ତି , ହନୁମାନ ଜୟନ୍ତି , ଓଡ଼ିଆ ନବବର୍ଷ ଉପରେ ଭିନ୍ନ ଭିନ୍ନ ବକ୍ତବ୍ୟ ରଖିଥିଲେ I ଶେଷରେ ସଂଗଠନର ଉପ ସଭାପତି ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ I ଏ ଅବସରରେ ସଙ୍ଗଠନ କାର୍ଯ୍ୟାଳୟ ରେ ତୁଳସୀ ରାମାୟଣ, ହନୁମାନ ଚାଳିଶା ପଠନ କରାଯାଇ ଥିଲା I ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ପୂର୍ବ ବର୍ଷ ପରି କାର୍ଯ୍ୟାଳୟ ସମ୍ମୁଖରେ ଜଳଛାତ୍ର ଉଦଘାଟିତ ହୋଇଥିଲା I