କନ୍ଧମାଳ, ତା, ୧୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀ ପଦର ପଞ୍ଚାୟତ ବରେବାଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ରାସ୍ତା କଡରେ ଥିବା ଏକ ବାଇକକୁ କୌଣସି ଦୁର୍ବୃତ୍ତ ପୋଡି ଦେଇଥିବା ଦେଖିବାକୁ ମିଳିଛି l ରବିବାର ଦିନ ବିଳମ୍ବିତ ରାତିରେ କାଶିନୀ ପଦର ଠାରେ ଦଣ୍ଡ ମେରୁ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ପ୍ରବଳ ଗହଳି ଚହଳି ଲାଗି ରହିଥିଲା l ବରେବାଟା ଗାଁର ଶ୍ରୀକାନ୍ତ କହଁର ନାମକ ଜଣେ ଯୁବକ ଗହଳି ଲାଗିରହିଥିବାରୁ ତାଙ୍କ ବାଇକକୁ ଘରକୁ ନେଇପାରିନଥିଲେ। ସେଥିଲାଗି ସେ ଗାଁ ଘରପାଖ ରାସ୍ତା କଡରେ ବାଇକ ରଖି ଘରକୁ ଯାଇଥଲେ । । ତେବେ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି l ଏ ନେଇ ଶ୍ରୀକାନ୍ତ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଡି ପୋଡି ଘଟଣା ପୂର୍ବ ଶତ୍ରୁତା ନା ଆଉ କଣ ରହିଛି କିଛି ଜଣା ପଡ଼ିନଥିବା ବେଳେ ଫିରିଙ୍ଗିଆ ପୋଲିସ ଗୋପିନାଥ ବେହେରା ଏହାର ତଦନ୍ତ କରୁଥିବା ସୂଚନା ମିଳିଛି l
ରାସ୍ତା କଡରେ ବାଇକ ପୋଡି ଦେଲେ ଦୁର୍ବୁତ୍ତ, ତଦନ୍ତ କରୁଛି ପୁଲିସ
