ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦର ବିଷୁବ ମିଳନ ଓ ୧୧୯ ତମ ସାରସ୍ଵତ ସମାରୋହ ସ୍ଥାନିୟ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ସୁବର୍ଣ୍ଣପୁର ର ପ୍ରାକ୍ତନ ଉଚ୍ଚ ଶିକ୍ଷା ପରାମର୍ଶ ଦାତା ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମହାବୀର ଓ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ । ପରେ ପରେ ହନୁମାନ ଜୟନ୍ତୀ ଉପଲକ୍ଷେ ବାସୁଦେବ ରଥଙ୍କ ତତ୍ତ୍ଵାବଧାନରେ ସାମୂହିକ ହନୁମାନ ଚାଳିଶା ପାଠ କରା ଯାଇଥିଲା । ଚଳିତ ବର୍ଷର ସପ୍ତଦୀପା ବିଷୁବ ସାହିତ୍ୟ ସମ୍ମାନ କବି ଓ ଗାଳ୍ପିକ କମ୍ଭୁଧର ସୁନା ଙ୍କୁ ପ୍ରଦାନ କରା ଯାଇଛି । ପରେ ପରେ ଆୟୋଜିତ ଏକ କବିତା ଆସରରେ କବି ରାଧେଶ୍ୟାମ ମିଶ୍ର , ଶୁଭେନ୍ଦୁ ମେହେର , ଧର୍ମ କୁମାର ଶତପଥୀ , ଗୋବିନ୍ଦ ସେଠୀ , ବିଜୟ କୁମାର ହୋତା , ସନ୍ତୋଷିନୀ ନାୟକ , ଶୁଭ୍ରାଂଶୁ ଶେଖର ପାଢ଼ୀ , ତନ୍ମୟବାଳା ମିଶ୍ର,ଯୁଗଳ କିଶୋର ମିଶ୍ର , ସୁବ୍ରତ କୁମାର ପଣ୍ଡା , ସୁରୁ ସାହୁ ପ୍ରମୁଖ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ । ସନ୍ତୋଷ କୁମାର ଷଡଙ୍ଗୀ , ଚମରା ମହାକୁର ପଣା ପାଣି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଅକ୍ଷୟ କୁମାର ରାଏ ଧନ୍ୟବାଦ ଅର୍ପଣ କରିଥିଲେ।
ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦ ର ବିଷୁବ ମିଳନ ଓ 119 ତମ ସାରସ୍ବତ ସମାରୋହ
