ବୀରମହାରାଜପୁର : (ସୌମିତ୍ରୀ ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି । ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଅଧିଆ ପଡିଥିଲେ । ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ । ସେହିପରି ବାବା ଗୋଧନେଶ୍ଵର , ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ , ମାଣିକପୁର , ମେଣ୍ଡାମାଲ , ଚୌକା , ମୁର୍ଷୁଣ୍ଢୀ , ବଡ଼ମାଳ , ମହାରପଡା, ତେନ୍ତୁଳିମହଦା , ସୁନାରିବେର୍ଣ୍ଣି , ଗୌଡ଼ଗାଡ଼ , ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ , ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ, ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।
ଠେଙ୍ଗୋଡେମ ସ୍ଥିତ ରାମେଶ୍ଵର ବାବା ଙ୍କ ମେରୁ ଯାତ୍ରା ଅନୁଷ୍ଠିତ
